ସମାଜ ଡିଜିଟାଲ ଡେସ୍କ: ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ହରିଣ ଛୁଆ କ୍ଷେତ୍ରରେ ପ୍ରଯୁଯ୍ୟ ହୋଇଛି। ଅଜଗର କବଳରୁ ମୁକୁଳିଲା ଛୁଆ ହରିଣ। ମଣିଷ ତାକୁ ମୁକୁଳାଇଥିବାରୁ ନତମସ୍ତକ ହୋଇ କୃତଜ୍ଞତା ଜଣାଇଛି ଛୁଆ ହରିଣଟି। ଆପଣ ଦେଖୁଥିବା ଏହି ଭିଡ଼ିଓ ବେଶ କୌତୁକିଆ ହୋଇଛି। ଦେଖନ୍ତୁ ରାସ୍ତାରେ ଛୁଆ ହରିଣଟିକୁ ଅଜଗର କିଭଳି ଭାବେ ମାରିବାକୁ ଯାଉଥିଲା। ହେଲେ ସେହି ବାଟ ଦେଇ ଯାଉଥିବା ଜଣେ ସହୃଦୟ ବ୍ୟକ୍ତି ଅଜଗରକୁ ଭୟ ନକରି ଏକ ବାଡିରେ ଘଉଡାଇବାକୁ ଆରମ୍ଭ କରିଥିଲେ। ଫଳରେ ଅଜଗରଟି ହରିଣକୁ ଛାଡି ପଳାଇଥିଲା। ଏହା ପରେ ଛୁଆ ହରିଣଟି ଆସି ମଣିଷକୁ ନତମସ୍ତକ ହୋଇ କୃତଜ୍ଞତା ଜଣାଇଛି। ବ୍ୟକ୍ତି ଜଣଙ୍କ ନିଜ ସାଥିରେ ହରିଣ ଛୁଆକୁ ନେଇ ଘରେ ଖୁବ ଆଦରରେ ରଖିଥିବା ଦୃଶ୍ୟ ଆପଣ ଦେଖିପାରିବେ। ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି।
This is called humanity 🙏❤️🫡 pic.twitter.com/rfwtL2y7xe
— ज़िन्दगी गुलज़ार है ! (@Gulzar_sahab) August 27, 2024



