www.samajalive.in
Sunday, December 7, 2025
14.1 C
Bhubaneswar

ଜେଲରେ ଅଭିନେତା ଦର୍ଶନଙ୍କୁ ଭିଆଇପି ସେବା; ୭ ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ରେଣୁକାସ୍ୱାମୀ ହତ୍ୟା ଘଟଣାରେ ଗିରଫ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପାଙ୍କୁ ଜେଲରେ ଦିଆଯାଉଥିଲା ଭିଆଇପି ସେବା। ଯାହାର ଏକ ଫଟୋ ଏବଂ ଭିଡ଼ିଓ ଭାଇରାଲ ମଧ୍ୟ ହୋଇଛି। ଏହି ଘଟଣାରେ ପ୍ରାଥମିକ ତଦନ୍ତ ପରେ ୭ଜଣ ଜେଲ ଅଧିକାରୀଙ୍କୁ ନିଲମ୍ବିତ କରିଛି କର୍ଣ୍ଣାଟକ ଗୃହ ବିଭାଗ। ଜେଲରେ ବ୍ୟାପକ ସୁରକ୍ଷା ତ୍ରୁଟି ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ପୁଲିସ ସେଠାକୁ ଯାଇ ତଦନ୍ତ କରିଥିଲା। ବର୍ତ୍ତମାନ ଆମେ ଘଟଣାର ଅଧିକ ଅନୁସନ୍ଧାନ କରୁଛୁ। ପ୍ରାଥମିକ ତଦନ୍ତ ପରେ ୭ଜଣଙ୍କୁ ନିଲମ୍ବିତ କରାଯାଇଛି।

ମିଳିଥିବା ସୂଚନର ଅନୁସାରେ ଦର୍ଶନଙ୍କୁ ବେଙ୍ଗାଲୁରୁର ପାରାପ୍ପାନ୍ନା ଅଗ୍ରାହାରା ସେଣ୍ଟ୍ରାଲ ଜେଲରେ ରଖାଯାଇଛି। ଜେଲରେ ଥିବାବେଳେ ତାଙ୍କ ଭିଆଇପି ସେବା ଯୋଗାଇ ଦିଆଯାଉଥିବାର ଫଟୋ ଓ ଭିଡ଼ିଓ ଗୋଟିଏ ଦିନ ପୂର୍ବରୁ ଭାଇରାଲ ହୋଇଥିଲା। ଫଟୋରେ ଦେଖିବାକୁ ମିଳିଥିଲା ଯେ ଦର୍ଶନ ଏକ ଚେୟାରରେ ବସି ସିଗାରେଟ୍‌‌ ଓ କଫି ପିଉଥିଲେ। ତାଙ୍କ ସହ ଆଉ ୩ଜଣ ମଧ୍ୟ ଥିଲେ। ଏହାସହିତ ଭିଡ଼ିଓ କଲରେ ଦର୍ଶନ କାହା ସହ କଥା ହେଉଥିବାର ଦେଖିବାକୁ ମିଳିଥିଲା। ଭାଇରାଲ ଫଟୋ ଓ ଭିଡ଼ିଓକୁ ଦେଖି ରେଣୁକାସ୍ୱାମୀଙ୍କ ବାପା ଶିବ ଗୌଡ ଦର୍ଶନଙ୍କ ସହ ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଜୁନ ୯ରେ ବେଙ୍ଗାଲୁରୁର ଏକ ଫ୍ଲାଏଓଭର ନିକଟରୁ ରେଣୁକାସ୍ୱାମୀଙ୍କ ମୃତଦେହ ମିଳିଥିଲା। ପରେ ରଣୁକାଙ୍କୁ ହତ୍ୟା କରିବାର ସୁପାରି ଦର୍ଶନ ଦେଇଥିବା ଜଣାପଡିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories