www.samajalive.in
Tuesday, December 9, 2025
15.1 C
Bhubaneswar

ମାଲାୟଲମ ଚଳଚ୍ଚିତ୍ର ଜଗତରେ ଯୌନ କେଳେଙ୍କାରୀ, ଇସ୍ତଫା ଦେଲେ କେରଳ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ

ତିରୁଅନନ୍ତପୁରମ: ଯୌନ କେଳେଙ୍କାରୀକୁ ନେଇ ମାଲାୟଲମ ଚଳଚ୍ଚିତ୍ର ଜଗତରେ ହଇଚଇ ସୃଷ୍ଟି ହୋଇଛି। ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ର ଏଭଳି ଅଭିଯୋଗ ଆଣିବାପରେ କେରଳ ଚଳଚ୍ଚିତ୍ର ଏକାଡେମୀ ଅଧ୍ୟକ୍ଷ ରଞ୍ଜିତ ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲେଖାଙ୍କ ଅଭିଯୋଗ ଅନୁଯାୟୀ ୨୦୦୯ରେ ଏକ ସିନେ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବାକୁ ରଞ୍ଜିତଙ୍କ ବାସଭବନକୁ ଯାଇଥିବାବେଳେ ରଞ୍ଜିତ ତାଙ୍କୁ ଅସଦାରଣ କରିଥିଲେ। ଫଳରେ ପରଦିନ ସେ କେରଳ ଛାଡିଥିଲେ ବୋଲି ଶ୍ରୀଲେଖା କହିଛନ୍ତି। ଅପରପକ୍ଷରେ ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ରଞ୍ଜିତ କହିଛନ୍ତି। ଏକ ଚଳଚ୍ଚିତ୍ରର ଅଡିସନ ଦେବାକୁ ଶ୍ରୀଲେଖାଙ୍କୁ ଡକାଯାଇଥିଲା। ତେବେ ଅକୃତକାର୍ଯ୍ୟ ହେବାରୁ ତାଙ୍କୁ ଫେରିଯିବାକୁ କୁହାଯାଇଥିଲା। ତେଣୁ ପ୍ରତିଶୋଧ ପରାୟଣ ହୋଇ ଶ୍ରୀଲେଖା ଏଭଳି ଅଭିଯୋଗ ଆଣିଥିବା ରଞ୍ଜିତ କହିଛନ୍ତି। ଏହି ପରିସ୍ଥିତିରେ ରଞ୍ଜିତ ତୁରନ୍ତ ଏକାଡେମୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ରାଜ୍ୟ ବିଜେପି ଓ ସିପିଏମ ପକ୍ଷରୁ ଦାବି କରାଯାଇଥିଲା। ଅପରପକ୍ଷରେ ରେବତୀ ସମ୍ପତ୍‌ ନାମ୍ନୀ ଅନ୍ୟ ଜଣେ ଅଭିନେତ୍ରୀଙ୍କ ଅଭିଯୋଗକୁ ଆଧାର କରି ମାଲାୟଲମ ଅଭିନେତା ସିଦ୍ଦିକୀ ରବିବାର ‘ଆମ୍ମା’ (ଆସୋସିଏସନ ଅଫ୍‌ ମାଲାୟଲମ ମୁଭି ଆର୍ଟିଷ୍ଟ) ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଆସୋସିଏସନ ସଭାପତି ତଥା ମାଲାୟଲମ ସୁପରଷ୍ଟାର ମୋହନଲାଲଙ୍କ ନିକଟକୁ ପଠାଇଛନ୍ତି। ଏକ ଚଳଚ୍ଚିତ୍ରର ବିଷୟବସ୍ତୁ ସମ୍ପର୍କରେ ଆଲୋଚନା କରିବାକୁ ବାସଭବନକୁ ଡକାଇଥିବାବେଳେ ଅଗଷ୍ଟ ୨୪ରେ ସିଦ୍ଦିକୀ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ରେବତୀ ଅଭିଯୋଗ କରିଛନ୍ତି। ଚଳଚ୍ଚିତ୍ର ଜଗତରେ ଏଭଳି ନିର‌୍ୟାତନାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ନିର୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଆଇଜି ଏ.କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଉକ୍ତ କମିଟିରେ ୪ ଜଣ ମହିଳା ଆଇପିଏସ ଅଫିସରଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ କେରଳ ଚଳଚ୍ଚିତ୍ର ଜଗତରେ ମହିଳା ଅଭିନେତ୍ରୀଙ୍କୁ ଯୌନ ନିର‌୍ୟାତନା ଦିଆଯାଉଛି ବୋଲି ଜଷ୍ଟିସ କେ.ହେମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୨୦୧୭ରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇସାରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories