www.samajalive.in
Sunday, December 7, 2025
13.1 C
Bhubaneswar

କୋଲକାତା ଘଟଣାର ପ୍ରତିବାଦରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ଶାନ୍ତି ଶୋଭାଯାତ୍ରା

ଡେସ୍କ: କଟକ ବାରବାଟୀ ଷ୍ଟାଡିଅମ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀମାନେ କୋଲକାତାରେ ଜଣେ କନିଷ୍ଠ ଡାକ୍ତରଙ୍କ ସହ ଘଟିଥିବା ଅମାନୁଷିକ ଘଟଣାର ପ୍ରତିବାଦରେ ଶାନ୍ତି ଶୋଭାଯାତ୍ରାରେ ସଚେତନତା ସୃଷ୍ଟି କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ କୁଅଁର ଓ ପ୍ରଧାନ ଶିକ୍ଷୟିତ୍ରୀ ସୋମା ମହାନ୍ତୀଙ୍କ ତତ୍ତ୍ବାବଧାନରେ ଏହି ଶାନ୍ତି ଶୋଭାଯାତ୍ରା ବାହାରିଥିଲା। ବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ବାଲିଯାତ୍ରା ପଡ଼ିଆ ସମେତ ସହରର ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ପରିକ୍ରମା କରିଥିଲା। ଛାତ୍ରୀମାନେ ପ୍ଲାକାର୍ଡ ଓ ବ୍ୟାନର ଧରି ଘଟଣାକୁ ନିନ୍ଦା କରିବା ସହ କର୍ମଜୀବୀ ମହିଳାଙ୍କ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥିଲେ।

ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଏକାଠି ହୋଇ କନିଷ୍ଠ ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ମୁଖ୍ୟ ବାଳକ ଆୟୁଷ କୁମାର ବେହେରା ଓ ମୁଖ୍ୟ ବାଳିକା ନନ୍ଦିନୀ ଉପାଧ୍ୟାୟଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ‘ଡାକ୍ତରଙ୍କ ପାଇଁ ନ୍ୟାୟ’ ଏବଂ ‘ମହିଳାଙ୍କ ସୁରକ୍ଷା’ ଲେଖାଥିବା ପ୍ଲାକାର୍ଡ଼ ଧରି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରିୟଦର୍ଶୀ ନାୟକ ଏଭଳି ଘଟଣା ବିରୋଧରେ ଏକାଠି ଠିଆ ହେବା ଏବଂ ସମସ୍ତ ବୃତ୍ତିଜୀବୀଙ୍କ ପାଇଁ ସମ୍ମାନ ଓ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଶୋଭାଯାତ୍ରାକୁ ଜନସାଧାରଣ ବେଶ୍ ପସନ୍ଦ କରିଥିବା ବେଳେ ଅନେକ ଦର୍ଶକ ଏହାକୁ ସମର୍ଥନ ଜଣାଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories