ବିଦ୍ୟାଳୟରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ
ପାତ୍ରପୁର: ପାତ୍ରପୁର ବ୍ଳକ ତଣ୍ଡିପୂର୍ ପଞ୍ଚାୟତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୋଲାରାଜପୂର୍ ଠାରେ ପ୍ରଥମ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ୨୩.୮.୨୦୨୩ ମସିହା ସନ୍ଧ୍ୟା ୫ଘଣ୍ଟା ୨୦ମିନିଟ୍ ସମୟରେ ନିରାପଦ ଅବତରଣ କରି ସାରା ବିଶ୍ଵର ଦୃଷ୍ଟି ଆକର୍ଷଣ କରିବାରେ ଆମ ଦେଶ ସକ୍ଷମ ହୋଇଥିଲା। ଏହି ଅବସରରେ ଆମ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମହାକାଶ ସମ୍ବନ୍ଧିତ କୁଇଜ୍, ବତ୍କୃତା, ଚିତ୍ର ଓ ପ୍ରକଳ୍ପ ପ୍ରଦର୍ଶନୀ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଗଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜେଶ ମହାନ୍ତି ସଭାପତିତ୍ବ କରିଥିବା ବେଳେ ବିଜ୍ଞାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ସେଠୀ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
Comments are closed.