ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁକ୍ରେନ ଗସ୍ତ ସେଠାରେ ଯୁଦ୍ଧ ସମାପ୍ତିରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଜାତିସଙ୍ଘ ମହାସଚିବଙ୍କ ମୁଖପାତ୍ର ଷ୍ଟିଫେନ ଦୁଜାରିକ କହିଛନ୍ତି। ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୟୁକ୍ରେନ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି। ଦୁଜାରିକ କହିଛନ୍ତି, ଅନେକଗୁଡ଼ିଏ ରାଜ୍ୟ ମୁଖ୍ୟ ଓ ଅନେକ ଦେଶର ସରକାର ୟୁକ୍ରେନ ଗସ୍ତ କରୁଥିବାରୁ ସେଠାରେ ଯୁଦ୍ଧ ପରିସ୍ଥିତି ଶୀଘ୍ର ସମାପ୍ତ ହେବା ନେଇ ଜାତିସଙ୍ଘ ଆଶାବାଦୀ। ଅନ୍ୟପକ୍ଷରେ ଜାତିସଙ୍ଘ ସାଧାରଣ ସଭା ରୁଷ ସେନା ଆକ୍ରମଣ ଓ ୟୁକ୍ରେନର ଅଟ୍ଟାଳିକା ଗୁଡିକ ଉପରେ ଆକ୍ରମଣ ବନ୍ଦ କରିବା ନେଇ ପ୍ରସ୍ତାବ ପାରିତ କରିଥିବା ସେ କହିଛନ୍ତି।
Popular Categories



