www.samajalive.in
Monday, December 8, 2025
14.1 C
Bhubaneswar

ଚିକିଟି ବେଆଇନ ମଦ କାରବାର ଘଟଣା: ବ୍ରହ୍ମପୁର ଅବକାରୀ ଇନ୍ସପେକଟର ଓ ସବ୍‌-ଇନ୍ସପେକଟରଙ୍କୁ ନିଲମ୍ବନ, ବଦଳିଲେ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ

ଭୁବନେଶ୍ୱର: ବେଆଇନ ମଦ କାରବାର କାରବାର ଘଟଣାରେ ମାନ୍ୟବର ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କମିଶନର ଆଜି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ଅବକାରୀ ଅଧୀକ୍ଷକ, ବ୍ରହ୍ମପୁରଙ୍କୁ ତାଙ୍କ ସ୍ଥାନରୁ ଅପସାରଣ ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସରକାରୀ କାର୍ଯ୍ୟରେ ଅବହେଳା, ଓଡ଼ିଶା ସରକାରଙ୍କ କର୍ମଚାରୀ ଆଚରଣବିଧି ନିୟମ ୧୯୫୯ ଧାରା-୩ର ଉଲ୍ଲଂଘନ କରିବା ଅଭିଯୋଗରେ ବ୍ରହ୍ମପୁର ଅବକାରୀ ଜିଲ୍ଲାରେ କାର୍ଯ୍ୟରତ ଅବକାରୀ ଇନ୍ସପେକଟର ରମେଶ ଚନ୍ଦ୍ର ମହାନ୍ତି ଏବଂ ସବ୍‌-ଇନ୍ସପେକଟର ପ୍ରସନ୍ନ କୁମାର ଜାଲିଙ୍କୁ ନିଲମ୍ବିତ କରାଯାଇଛି। ଏଥିନେଇ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିଲମ୍ବନ ସମୟ ଅବଧି ମଧ୍ୟରେ ଉଭୟଙ୍କ ମୁଖ୍ୟାଳୟ ଅବକାରୀ ଡେପୁଟି କମିଶନର (ଦକ୍ଷିଣାଞ୍ଚଳ ଜୋନ୍‌) ସ୍ଥିର କରାଯିବା ସହ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

- Advertisement -

ସେହିପରି ବ୍ରହ୍ମପୁରର ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବଦଳି କରାଯିବା ସହ ତୁରନ୍ତ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ, କଟକରେ ଯୋଗଦେବାକୁ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଅନ୍ୟପକ୍ଷରେ କେନ୍ଦୁଝରର ଉପ-ଅଧୀକ୍ଷକ ପ୍ରବୀଣ କୁମାର ପ୍ରଧାନଙ୍କୁ ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ଭାବେ ଦାୟିତ୍ୱ ନେବା ପାଇଁ ଉକ୍ତ ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories