www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ୨ ଭାଇ ଗିରଫ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଏକ ବର୍ଷ ପୂର୍ବେ ବିବାହର ପ୍ରଭୋଲନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଯୁବତୀ ଜଣଙ୍କ ଗର୍ଭବତୀ ପରେ ତାଙ୍କୁ ଗ୍ରହଣ ନକରିବାରୁ ସେ ଥାନାର ଦ୍ୱାରସ୍ତ ହୋଇଥିଲେ। ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ ଯୁବକ ଓ ତାଙ୍କ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗତ ୧ ବର୍ଷ ପୂର୍ବେ ନିୟମଗିରି ବେଦାନ୍ତ ନଗରର ମହେନ୍ଦ୍ର ମାଝୀ ନାମକ ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା। ଯୁବକ ଜଣକ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଯୁବତୀ ଜଣକ ଗର୍ଭବତୀ ହେବା ପରେ ମହେନ୍ଦ୍ର ଯୁବତୀଙ୍କୁ କହିଥିଲେ ଯେ ବାହାଘର ପରେ ଆମେ ସନ୍ତାନ ପାଇଁ ଯୋଜନା କରିବା। ବର୍ତ୍ତମାନ ଗର୍ଭ ନଷ୍ଟ କରିଦେବା ବୋଲି ଯୁବତୀଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଗତ ଜୁଲାଇ ମାସ ୧୭ ତାରିଖରେ ଭବାନୀପାଟଣାର ଏକ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଯୁବତୀ ଜଣଙ୍କ ଗର୍ଭବତୀ ହୋଇ ଛଅ ମାସରୁ ଉର୍ଦ୍ଧ୍ବ ସମୟ ହୋଇଥିବା ଜାଣି ଗର୍ଭନଷ୍ଟ କରିବାକୁ ମନା କରିଦେଇଥିଲେ। ଏହା ପରେ ମହେନ୍ଦ୍ର ଯୁବତୀକୁ ଫେରାଇ ଆଣି ଯୁବତୀଙ୍କୁ ତାଙ୍କ ଘରେ ଆଣି ଛାଡି ଦେଇଥିଲେ। ଯୁବତୀର ପରିବାର ଲୋକେ ଏହି ଘଟଣାର ଅବଗତ ହେବାପରେ ଉଭୟ ପରିବାର ଗୋଟିଏ ଜାତିର ଏବଂ ଯୁବତୀ ଜଣକ ଯୁବକ ମହେନ୍ଦ୍ର ଦ୍ଵାରା ଗର୍ଭବତୀ ହୋଇଥିବାରୁ ଯୁବତୀର ଭାଇ ଓ ପରିବାର ଲୋକେ ମହେନ୍ଦ୍ର ଘରକୁ ନେଇ ଯୁବତୀଙ୍କୁ ଛାଡି ଆସିଥିଲେ। ଇତି ମଧ୍ୟରେ କିଛିଦିନ ଗଲାପରେ ଅନ୍ୟ ଜଣେ ଯୁବତୀକୁ ଆଣି ସ୍ତ୍ରୀ ଭାବେ ରଖିଥିବା ସୂଚନା ପାଇବା ପରେ ଗର୍ଭବତୀ ଯୁବତୀଙ୍କ ପରିବାର ଲୋକେ ନିଜ ଆଦିବାସୀ ସମାଜର ବୁଦ୍ଧିଜୀବୀ ମାନଙ୍କୁ ଜଣାଇ ଏକ ବୈଠକ କରିଥିଲେ। କିନ୍ତୁ ଉକ୍ତ ବୈଠକକୁ ମହେନ୍ଦ୍ର ପରିବାର କେହି ଆସି ନଥିଲେ। ସମାଜର ବୈଠକରେ ଉପସ୍ଥିତ ନହେବା ଆଉ ଅନ୍ୟ ଏକ ଝିଅକୁ ଆଣି ଘରେ ରଖି ସେଇ ଝିଅ ସହିତ ବହାହେବ ବୋଲି ଖବର ପାଇ ପିଡ଼ିତା ଯୁବତୀ ଜଣକ ଅଗଷ୍ଟ ୨ ତାରିଖରେ ଲାଞ୍ଜିଗଡ଼ ଥାନାର ଦ୍ବାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଲାଞ୍ଜିଗଡ ପୋଲିସ ଘଟଣାଟିକୁ ଗୁରୁତ୍ୱର ସହ ନେଇ ଅଗଷ୍ଟ ୩ ତାରିଖରେ ଉଭୟ ପରିବାରକୁ ଡକାଇ ବୁଝାସୁଝା କରିଥିଲେ। ଉଭୟ ପରିବାରଙ୍କ ସହମତି କ୍ରମେ ଅଗଷ୍ଟ ୧୫ ତାରିଖରେ ଦୁହିଁଙ୍କ ବାହାଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଯୁବତୀଙ୍କ ପରିବାର ଲୋକେ ବାହା କରିବା ପାଇଁ କହିବା ପରେ ମହେନ୍ଦ୍ରଙ୍କ ଭାଇ ଚାଁଚେର ମାଝୀ ବିଭିନ୍ନ ଆଳ ଦେଖାଇ ବାହା କରିବା ପାଇଁ ମନା କରି ଦେବାରୁ ପିଡିତା ଯୁବତୀଙ୍କ ପରିବାର ପୁଣି ପୋଲିସଙ୍କ ଦ୍ଵାରସ୍ତ ହୋଇଥିଲେ। ପିଡିତା ଯୁବତୀ ପରିବାର ଏତଲା ଆଧାରରେ ଯୁବକ ମହେନ୍ଦ୍ର ଓ ତାଙ୍କ ଭାଇ ଚାଁଚେର ମାଝୀଙ୍କୁ କୋର୍ଟ ଚାଲାଣ କରିଥିବା ଲାଞ୍ଜିଗଡ ଏସ ଆଇ ଲିଙ୍ଗରାଜ ସେଠି ପ୍ରକାଶ କରିଛନ୍ତି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories