www.samajalive.in
Sunday, December 7, 2025
18.1 C
Bhubaneswar

କଲକାତା ଲଜ୍ଜା; ପୁଣି ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ ୩୦ ବର୍ଷରେ ଏଭଳି ଅବହେଳା କେବେ ଦେଖିନଥିଲେ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟ ପୁଣି ଭର୍ତ୍ସନା କରିଛନ୍ତି। ଏଭଳି ସମ୍ବେଦନଶୀଳ ଘଟଣାରେ ପଶ୍ଚିମବଙ୍ଗ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ଅଦାଲତ। ଶବ ବ୍ୟବଚ୍ଛେଦ ପରେ ମାମଲା ରୁଜୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି କୋର୍ଟ। ଶବ ବ୍ୟବଚ୍ଛେଦ ପରେ ମାମଲା ରୁଜୁ ହେବା ଅତ୍ୟନ୍ତ ଆଶ୍ଚର୍ଯ୍ୟଚକିତ। ଯଦି ସ୍ୱାଭାବିକ ମୃତ୍ୟୁ ହୋଇଥିଲା ତେବେ ଶବ ବ୍ୟବଚ୍ଛେଦ କାହିଁକି କରାଗଲା। ଗତ ୩୦ବର୍ଷ ଭିତରେ ଏଭଳି ଅବହେଳା କେବେ ଦେଖିନଥିବା ଜଷ୍ଟିସ୍‌‌ ପାରଦିୱାଲା କହିଛନ୍ତି। ଘଟଣାରେ ପଶ୍ଚିମବଙ୍ଗ ପୁଲିସର ବ୍ୟବହାର ଅତ୍ୟନ୍ତ ଲଜ୍ଜାଜନକ।
ଏହି ଘଟଣାରେ ଆଜି ସୁପ୍ରିମକୋର୍ଟରେ ସିବିଆଇ ଓ କଲକାତା ପୁଲିସ ପୃଥକ ପୃଥକ ଭାବେ ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଛନ୍ତି। ଷ୍ଟାଟସ୍‌‌ ରିପୋର୍ଟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛି ସିବିଆଇ। ଘଟଣା ବାବଦରେ ପରିବାରକୁ ବିଳମ୍ବରେ ଖବର ଦିଆଯାଇଥିଲା। ପ୍ରଥମେ ଆତ୍ମହତ୍ୟା କହି ଘଟଣାକୁ ଚପାଇ ଦେବାକୁ କର୍ତ୍ତୃପକ୍ଷ ପୁରା ଉଦ୍ୟମ କରିଥିଲେ। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ସନ୍ଦେହ ସୃଷ୍ଟି କରିଛି। କୋର୍ଟ କହିଛନ୍ତି ମାମଲା ରୁଜୁ ହେବା ଓ ଶବ ବ୍ୟବଚ୍ଛେଦ ସମୟ ମଧ୍ୟରେ ଅନ୍ତର ରହିଛି। ଏହାସହିତ ଅଭିଯୁକ୍ତଙ୍କ ଡାକ୍ତରୀମାଇନା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କୋର୍ଟ।
କଲକାତା ପୁଲିସ ପକ୍ଷରୁ ଦାଖଲ ହୋଇଥିବା ଷ୍ଟାଟସ୍‌‌ ରିପୋର୍ଟରେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରାଯାଇଛି। ଘଟଣା ଦିନର ସମ୍ପୂର୍ଣ୍ଣ ବବରଣୀ ଉପସ୍ଥାପନ କରାଯାଇଛି। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ସେପଟେ ଆନ୍ଦୋଳନରତ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସର୍ବୋଚ୍ଚ ନ୍ୟାୟାଳୟ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ଆନ୍ଦୋଳନ ଚଳାଇଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଡାକ୍ତର ଏବଂ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଏହା ସହିତ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଡାକ୍ତରମାନଙ୍କ କାର୍ଯ୍ୟ ସମୟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଡାକ୍ତରମାନେ ୩୬ ରୁ ୩୮ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବାରୁ ପ୍ରଧାନ ବିଚାରପତି ଚିନ୍ତା ପ୍ରକଟ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories