ସମ୍ବଲପୁର: ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ତବଲା ଗ୍ରାମ ଠାରେ ବୁଧବାର ସକାଳ ସମୟରେ କିଛି କୃଷକ ଚାଷ କାର୍ଯ୍ୟ କରୁଥିଲେ। ସେହ ସମୟରେ ଅଚାନକ ବଜ୍ରଘାତ ହେବାରୁ ୩ ଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଆଜି ସକାଳ ସମୟରେ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହିତ ବଜ୍ରପାତ ହୋଇଥିଲା। ଏହି ସମୟରେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବା ୩ ଚାଷୀଙ୍କ ଉପରେ ବ୍ରଜଘାତ ହୋଇଥିଲା। ଫଳରେ ତବଲା ଗ୍ରାମ ନିବାସୀ ଶ୍ରୀକାନ୍ତ ପଧାନ, ସପନ ମୁଣ୍ଡା ଓ ସୁମନ୍ତ ମାଝୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ଚାଷୀ ମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ବେସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଯାଉଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଚାଷୀ ମାନଙ୍କ ଅବସ୍ଥା ସ୍ଥିର ରହିଛି।
Popular Categories



