ଜନ୍ମାଷ୍ଟମୀକୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ବିଗତ ଦିନରେ ସ୍ୱାମୀ ଲକ୍ଷଣା ନନ୍ଦ ସରସ୍ବତୀଙ୍କ ଜନ୍ମାଷ୍ଟମୀରେ ଘଟିଥିବା ହତ୍ୟା ଘଟଣା ପରେ ଘଟିଥିବା ଦଙ୍ଗା ଭଳି ପରିସ୍ଥିତିକୁ ନେଇ ଆଜି ପର୍ଯ୍ୟନ୍ତ ଅଞ୍ଚଳରେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କ ମଧ୍ୟରେ ଭୟ ଯାଇନଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏବଂ କିଭଳି ଅଞ୍ଚଳରେ ଶାନ୍ତି ବଜାୟ ରହିବ ସେଥିପାଇଁ ଫିରିଙ୍ଗିଆ ବ୍ଲକ ପ୍ରଶାସନ ତରଫରୁ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଫିରିଙ୍ଗିଆ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ତହସିଲଦାର ଅନାମିକା ପାଣ୍ଡେ, ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ବେହେରା, ଗୋଚ୍ଛାପଡ଼ା ଥାନା ଅଧିକାରୀ ପ୍ରଭାତ ବେହେରା ଯୋଗ ଦେଇ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଦିଗରେ ଉପସ୍ଥିତ ଖ୍ରୀଷ୍ଟ ସମ୍ପ୍ରଦାୟଙ୍କ ସହ ଅଞ୍ଚଳର ବିଭିନ୍ନ ଗାଁରୁ ଆସିଥିବା ଜନସାଧାରଣଙ୍କୁ ସଚେତନ କରିଥିଲେ।

Comments are closed.