www.samajalive.in
Tuesday, December 9, 2025
16.1 C
Bhubaneswar

କୋଲକାତା ଦୁଷ୍କର୍ମ – ଇଡି ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହେଲେ ସନ୍ଦୀପ ଘୋଷଙ୍କ ପୂର୍ବତନ ସହଯୋଗୀ

ଡେସ୍କ: କୋଲକାତା ଆର୍ ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ସନ୍ଦୀପ ଘୋଷ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଡାକ୍ତରଙ୍କ ଦ୍ୱାରା ହୋଇଥିବା ଆର୍ଥିକ ଅନିୟମିତତାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ତଦନ୍ତ ଦାବି କରିଛନ୍ତି।

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଅଖତର ଅଲ୍ଲୀଙ୍କୁ ଜଷ୍ଟିସ ରାଜର୍ଷି ଭରଦ୍ୱାଜ ଏହି ପିଟିସନ ଦାଖଲ କରିବାକୁ ଅନୁମତି ଦେଇଛନ୍ତି। ଏହା ପୂର୍ବରୁ ଅଲ୍ଲୀ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଥିଲେ ଯେ ସନ୍ଦୀପ ଘୋଷ ମୃତଦେହ କାରବାରରେ ସମ୍ପୃକ୍ତ ଥିଲେ। ସେ ଦାବି କରିଛନ୍ତି ଯେ ସେ ଚିହ୍ନଟ ହୋଇପାରୁନଥିବା ମୃତଦେହ ବିକ୍ରିରେ ସାମିଲ ଅଛନ୍ତି। ସେ କହିଛନ୍ତି ଯେ ଡାକ୍ତର ଘୋଷ ବାଂଲାଦେଶକୁ ବାୟୋମେଡିକାଲ ବର୍ଜ୍ୟବସ୍ତୁ ଏବଂ ଚିକିତ୍ସା ସାମଗ୍ରୀ ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ।

- Advertisement -

ଡାକ୍ତର ଘୋଷଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସେ ରାଜ୍ୟ ଭିଜିଲାନ୍ସକୁ ଜଣାଇଥିଲେ ଓ ତଦନ୍ତରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା ସେ ଦାବି କରିଛନ୍ତି। ତେବେ ଶ୍ରୀ ଅଲ୍ଲୀ ତଦନ୍ତ ରିପୋର୍ଟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦାନ କରିବା ଦିନ ତାଙ୍କୁ ବଦଳି କରାଯାଇଥିଲା। ସେ ଦାବି କରିଛନ୍ତି ଯେ ସନ୍ଦୀପ ଘୋଷ ଛାତ୍ରଛାତ୍ରୀଙ୍କୁ ଲାଞ୍ଚ ଦେବାକୁ ବାଧ୍ୟ କରୁଥିଲେ ନଚେତ୍ ଜାଣିଶୁଣି ପରୀକ୍ଷାରେ ଫେଲ୍ କରିବା ପାଇଁ ଧମକ ଦେଉଥିଲେ।

ସମ୍ପୃକ୍ତ ହସ୍ପିଟାଲରେ ଡାକ୍ତର ସନ୍ଦୀପ ଘୋଷଙ୍କ ଆର୍ଥିକ ଅନିୟମିତତା ନେଇ ମଙ୍ଗଳବାର କୋଲକାତା ପୁଲିସ ତଦନ୍ତ ଆରମ୍ଭ କରିଛି। ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ୪ ଜଣିଆ ଏସ୍ଆଇଟି ଗଠନ କରାଯିବା ପରେ ସନ୍ଦୀପ ଘୋଷଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

ଭାରତ ବନ୍ଦ – ଏସଡିଏମଙ୍କୁ ପିଟିଲେ ପୁଲିସ କର୍ମଚାରୀ, ଦେଖନ୍ତୁ ଭିଡିଓ

Hot this week

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

Related Articles

Popular Categories