www.samajalive.in
Sunday, December 7, 2025
26.1 C
Bhubaneswar

ସ୍କୁଲରେ ଶିଶୁକନ୍ୟାଙ୍କୁ ଅସଦାଚରଣ ଅଭିଯୋଗ; ରେଳ ରୋକିଲେ ଅଭିଭାବକ

ମହାରାଷ୍ଟ୍ର: କଲକାତା ଲଜ୍ଜା ଦେଶରେ ଥମି ନଥିବା ବେଳେ ଏବେ ମହାରାଷ୍ଟ୍ର ବଦଲାପୁରରେ ଲଜ୍ଜାଜନକ ଘଟଣା ଘଟିଛି। ସ୍କୁଲରେ ଶିଶୁକନ୍ୟାଙ୍କୁ ଅସଦାଚରଣ ନେଇ ଅଭିଯୋଗ ପରେ ଜୋରଦାର ବିକ୍ଷୋଭ କରିଛନ୍ତି ଶତାଧିକ ଅଭିଭାବକ। ରେଳ ରୋକ କରିବା ସହିତ ପୁଲିସ ଉପରକୁ ପଥର ମାଡ କରିଛନ୍ତି ଉପସ୍ଥିତ ଜନତା। ସୂଚନା ଅନୁସାରେ ବଦଲାପୁରରେ ଥିବା ଏକ ସ୍କୁଲରେ ନର୍ସରୀରେ ପଡୁଥିବା ଜଣେ ଶିଶୁକନ୍ୟା ସହିତ ଅସଦାଚରଣ ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶିଶୁକନ୍ୟା ସହିତ ଏଭଳି ଘଟଣା ୧୪ ଅଗଷ୍ଟ ଦିନ ଘଟିଥିବା ଜଣାପଡିଛି। ପୀଡିତାଙ୍କ ପରିବାର ଘଟଣା ସମ୍ପର୍କରେ ଜାଣିବା ପରେ ସ୍କୁଲ ବିରୋଧରେ ମାମଲା ରୁଜୁ କରିବାକୁ ଯାଇଥିବା ବେଳେ କୌଣସି ସହଯୋଗ ମିଳିନଥିଲା। ଘଟଣା ପରେ ସ୍କୁଲ ପ୍ରଶାସନ ପକ୍ଷରୁ ସ୍କୁଲର ଅଧ୍ୟକ୍ଷ, ଶିକ୍ଷକ ଏବଂ ମହିଳା ଆଟେଡାଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ କର୍ମଚାରୀ ମାନଙ୍କୁ ପଚରାଉଚରା କରିଛି ପୁଲିସ। ଏହାପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଲୋକମାନେ ଆଜି ଧାରଣା ଦେଇ ରେଳ ରୋକ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ପୁଲିସ ଏହି ଘଟଣାରେ ସ୍କୁଲ ଆଟେଡାଣ୍ଟ ଅକ୍ଷୟ ସିନ୍ଦେଙ୍କୁ ଗିରଫ କରିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories