www.samajalive.in
Monday, December 8, 2025
14.1 C
Bhubaneswar

ଚାଷୀ ରାଜନୀତି : ଦିଲ୍ଲୀରେ ଗର୍ଜିଲା ବିଜେଡି, ସଚିବାଳୟ ଘେରିଲା ବିଜେପି, ପିକନିକ୍ କହିଲା କଂଗ୍ରେସ

କଟକ: ୨୦୧୯ ନିର୍ବାଚନ ପୂର୍ବରୁ ସାରା ଦେଶରେ କୃଷକ ରାଜନୀତି ଜୋର ଧରିଛି । ଏଥିରୁ ବାଦ ପଡିନି ଓଡିଶା । କୃଷକଙ୍କ ହକ୍ ପାଇଁ ଓଡିଶା ରାଜନୀତିରେ ଉଷ୍ମତା ଦେଖିବାକୁ ମିଳିଛି । ମଙ୍ଗଳବାରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିବା ବେଳେ ଭୁବନେଶ୍ବରରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନ୍ୟପଟରେ ବିଜେଡିର କୃଷକ ସମାବେଶକୁ କଂଗ୍ରେସ ପିକନିକ୍ ବୋଲି କହି ତାତ୍ସଲ୍ୟ କରିଛି ।

ଧାନର ସର୍ବନିମ୍ନ ସାହୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଏବଂ ଆର୍ଥିକ ସ୍ବାୟତ୍ତତା ଦାବି କରି ବିଜୁ ଜନତା ଦଳ ପକ୍ଷରୁ ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ କୃଷକ ଅଧିକାର ସମାବେଶ କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଖୁବ୍ ବର୍ଷିଛନ୍ତି । ବିଜେଡି ମନ୍ତ୍ରୀ, ସାଂସଦ, ବିଧାୟକ, ହଜାର ହଜାର ଦଳୀୟ କର୍ମୀ, ବରିଷ୍ଠ ନେତା ଓ ସମର୍ଥକଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ସମୟରେ ଧାନର ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରିବ ବୋଲି ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରତିଶ୍ରୁତି ଦେଇଥିଲା । ଏବେ ଏହାକୁ ପୂରଣ ନ କରି କେନ୍ଦ୍ର ସରକାର ଚାଷୀମାନଙ୍କୁ ଠକିବାକୁ ଚେଷ୍ଟା କରୁଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏନେଇ ଆଜି ଅପରାହ୍ନ ୫ଟାରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକ ପ୍ରଦାନ କାର୍ଯ୍ୟକ୍ରମ ରହିଛି ।

- Advertisement -

ଅନ୍ୟପକ୍ଷରେ ଧାନ ମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ସଚିବାଳୟ ଘେରାଉ କରାଯାଇଛି। ସରକାର ନିର୍ଦ୍ଧାରିତ ମୂଲ୍ୟ ଦେଇ ଧାନ ମଣ୍ଡିରୁ ଧାନ କିଣି ପାରୁ ନାହାଁନ୍ତି ବୋଲି ବିଜେପି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛି । ବିକ୍ଷୋଭକାରୀମା​‌ନେ ସୁରକ୍ଷା ବଳୟ ଭାଙ୍ଗି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ । ଗତବର୍ଷ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଧାନ କ୍ୱିଂଟାଲ ପ୍ରତି ୧୦୦ ଟଙ୍କା ବୋନସ ଦେବାକୁ ଘୋଷଣା କରିଥିବା ବେଳେ ଏ ପର୍ୟ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ନାହିଁ । ନଭେମ୍ବର ୫ ସୁଦ୍ଧା ମଣ୍ଡି ଖୋଲା ଯିବାର ନିଷ୍ପତ୍ତି ହୋଇଥିବା ବେଳେ ଏ ପର୍ଯ୍ୟନ୍ତ କାହିଁକି ଖୋଲା ଯାଇ ନାହିଁ ବିଜେପି ପ୍ରଶ୍ନ  କରିଛି । ଏହା ସହ ଦିଲ୍ଲୀରେ ବିଜେଡିର କୃଷକ ଅଧିକାର ସମାବେଶକୁ ବିଜେପି କଡା ସମାଲୋଚନା କରିଛି । ଦିଲ୍ଲୀରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସମାବେଶ କରିବା ପରିବର୍ତ୍ତେ ସେହି ଟଙ୍କାକୁ ଚାଷୀଙ୍କୁ ବୋନସ ଆକରରେ ପ୍ରଦାନ ନକରି ବିଜେଡି ନାଟକବାଜୀ ଚଳାଇଛି ବୋଲି ଦଳର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ କହିଛି । କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

ଗୋଟିଏ ଦିନରେ ରାଜ୍ୟର ଦୁଇଟି ପ୍ରମୁଖ ଦଳ ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନ ଚଳାଇଥିବା ବେଳେ ରାଜ୍ୟ ବିରୋଧୀ କଂଗ୍ରେସ ଦଳ ଏହାକୁ କଡା ସମାଲୋଚନା କରିଛି । ଦିଲ୍ଲୀରେ ବିଜେଡିର କୃଷକ ମହାସମାବେଶ ଆନ୍ଦୋଳନକୁ ପିସିସି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ପିକନିକ୍ ବୋଲି କହି ତାତ୍ସଲ୍ୟ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜେଡି ନେତା ଦିଲ୍ଲୀ ପିକନିକ୍ କରିବାକୁ ଯାଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ତୀବ୍ର ସମାଲୋଚନା କରିଛନ୍ତି ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories