୧୮୮ ହିନ୍ଦୁ ପ୍ରବାସୀଙ୍କୁ ନାଗରିକତା ପ୍ରମାଣପତ୍ର ବଣ୍ଟନ କରିବେ ଅମିତ ଶାହା

ଡେସ୍କ:କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଅଧୀନରେ ୧୮୮ ଜଣ ହିନ୍ଦୁ ପ୍ରବାସୀଙ୍କୁ ନାଗରିକତା ପ୍ରମାଣପତ୍ର ବଣ୍ଟନ କରିବେ। ଗୁଜରାଟ ଗସ୍ତରେ ଥିବା ମନ୍ତ୍ରୀ ଅହମ୍ମଦାବାଦରେ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନର ୧୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ ।

ଆଜି ସକାଳେ ଶ୍ରୀ ଶାହା ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ, ଯେଉଁଥିରେ ଅହମ୍ମଦାବାଦର ବୋଡକ ଦେବଠାରେ ଅକ୍ସିଜେନ ପାର୍କ, ଅହମ୍ମଦାବାଦର ମକ୍ରାବା ଅଞ୍ଚଳରେ ଜିମ୍ନାସିୟମ ଏବଂ ସୁଇମିଂ ପୁଲ ଅନ୍ତର୍ଭୁକ୍ତ।

ପ୍ରହ୍ଲାଦ ନଗରରେ ଆୟୋଜିତ ଏକ ସାଧାରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ଏଏମସିର ଘରକୁ ଘର ବର୍ଜ୍ୟବସ୍ତୁ ସଂଗ୍ରହ ଭ୍ୟାନକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଏକ ସାଧାରଣ ସଭାରେ ଉଦବୋଧନ ଦେବେ। ପରେ ଶ୍ରୀ ଶାହା ସାବରମତୀରେ ଦଳୀୟକର୍ମୀଙ୍କୁ ସମ୍ବୋଧିତ କରିବେ।

Comments are closed.