ଅଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ ପାଇଁ ନିର୍ଦ୍ଦେଶ

ଫୁଲବାଣୀ: ଓଡ଼ିଶା ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲା ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଧାନ ଚାଷ କମ୍‌‌ ହେଉଥିବାରୁ କମ୍‌‌ ପରିମାଣର ଧାନ ସଂଗ୍ରହ କରାଯାଉଛି। ସେଥିପାଇଁ ଜଣେ ମାତ୍ର ମିଲର ଧାନ ସଂଗ୍ରହ କରୁଛନ୍ତି। ତେବେ ମୁଣ୍ଡିରେ କେବଳ କନ୍ଧମାଳ ଜିଲ୍ଲା ନୁହେଁ ପ୍ରାୟ ସବୁ ଜିଲ୍ଲାରେ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ସେମାନେ ଦିନ ଦିନ ଧରି ପଡ଼ିରହୁଥିବା ଜଣାପଡ଼ିଛି। ଫଳରେ ସେମାନେ ବାଧ୍ୟ ହୋଇ କମ୍‌‌ ଦାମ୍‌‌ରେ ସ୍ଥାନୀୟ ଦଲାଲମାନଙ୍କୁ ବିକ୍ରି କରିଦେଉଛନ୍ତି। ସେହି ଦଲାଲମାନେ ମିଲରମାନଙ୍କ ଲୋକ ବୋଲି ମଧ୍ୟ ଜଣାପଡ଼ିଛି। ସରକାରୀ ଅଧିକାରୀମାନେ ସେହିଭଳି କାର୍ଯ୍ୟରେ ମିଲରମାନଙ୍କ ସହଯୋଗ ନକରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି। କ୍ୱିଣ୍ଟାଲ ପିଛା ୩ ହଜାର୧୦୦ଟଙ୍କା ଲେଖାଏଁ ୪୮ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁଯିିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। କୃଷକମାନଙ୍କ ରେଜିଷ୍ଟ୍ରେସନ ପାଇଁ ଅଉ ୭ ଦିନ ବୃଦ୍ଧି କରାଯାଇଛି। ମଣ୍ଡିରେ ବସିବା ପାଇଁ ବ୍ୟବସ୍ଥା କରିବା ସହିତ ପିଇବା ପାଣି ଯୋଗାଇ ଦିଆଯିବ। ଏଣିକି ମଣ୍ଡିରେ ଧାନ ସଂଗ୍ରହ ପାଇଁ ବିଳମ୍ବ ହେଲେ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ଫଳରେ ଅଧିକ ଚାଷୀ ଧାନ ଚାଷ କରିବା ପାଇଁ ଇଚ୍ଛାପ୍ରକାଶ କରିବେ। କୃଷକମାନଙ୍କୁ ସବୁ ପ୍ରକାର ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। କୌଣସି ଚାପରେ ପଡ଼ି ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ରେସନ୍‌‌ କାର୍ଡ଼ ନ ଦେବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ। ଜଣାପଡ଼ିଛି ବହୁ ଯୋଗ୍ୟ ବ୍ୟକ୍ତି କାର୍ଡ଼ ପାଇପାରି ନାହାଁନ୍ତି। ସେମାନଙ୍କୁ ଚହ୍ନଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଅନ୍ତୋଦୟ ଅନ୍ନ ଯୋଜନାରେ ଯେଉଁମାନେ କାର୍ଡ଼ ପାଇଛନ୍ତି ସେମାନଙ୍କ ଘରକୁ ଯାଇ ସେ ଏହି କାର୍ଡ଼ ପାଇବାକୁ ଯୋଗ୍ୟ କି ନା ଦେଖିବାକୁ ପରାମର୍ଶ ଦେଇଥିଲେ। ସେହି ଚାଉଳକୁ ଯେପରି ବିକ୍ରି କରା ନଯାଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କହିଥିଲେ। ସଠିକ୍‌‌ ଓଜନର ଚାଉଳ ଯୋଗାଇଦେବାକୁ ମଧ୍ୟ କହିଥିଲେ। ରନ୍ଧନ ଗ୍ୟାସ ପାଇଁ ବୁକିଙ୍ଗ କରିବାର ୪୮ ଘଣ୍ଟା ମଧ୍ୟରେ ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ। ଏକ ମିଶନ ନେଇ ଆଳୁ ଚାଷ କରାଯିବ ବୋଲି ସ୍ଥିର କରାଯାଇଛି। ଆବଶ୍ୟକ ପଡ଼ିଲେ ଧାନ ଭଳି ହଳଦୀ ସଂଗ୍ରହ ପାଇଁ ମଣ୍ଡି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ଲୋକମାନଙ୍କୁ ସରକାରୀ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ମିଳିତ ସେବା ଆବଶ୍ୟକ। ଏଥିରେ ବ୍ୟତିକ୍ରମ ହେଲେ, ସଂପୃକ୍ତ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲାର ଅଧିକାରୀ ମାନେ ଖୁବ୍‌‌ ଶିଘ୍ର ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ୍‌‌ ଦେବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗ କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଜିତେନ୍ଦ୍ରିୟ ମିଶ୍ର କନ୍ଧମାଳ ଜିଲ୍ଲାର ସାଧାରଣ ବଣ୍ଟନ ବ୍ୟବସ୍ଥ ଉପରେ ଆଲୋକପାତ କରିଥିଲେ।ଉକ୍ତ ସମୀକ୍ଷା ବୈଠକରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅତରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ଅଶୋକ କୁମାର ଭୋଇ, ଉପ-ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଦେବଜାନୀ ଭୁୟାଁ, ସହକାରୀ ଯୋଗାଣ ଅଧିକାରୀ ସୂର୍ଯ୍ୟ କୁମାର ପାଣିଗ୍ରାହୀଙ୍କ ସମେତ ସମସ୍ତ ସରକାରୀ ପଦାଧିକାରୀ ଓବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

Comments are closed.