ନାକଟିଦେଉଳ ଓ ବାଟଗାଁରେ ତ୍ରିରଙ୍ଗା ଶୋଭାଯାତ୍ରା

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ଆହ୍ୱାନ କ୍ରମରେ ବୁଧୁବାର ଦିନ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ନାକଟିଦେଉଳ ଏବଂ ବାଟଗାଁ ଠାରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ଏହି ଅବସରରେ ଶହୀଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ନାକଟିଦେଉଳ ଜଗନ୍ନାଥପ୍ରସାଦ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ପୁର୍ବାହ୍ନରେ ଅଢେଇ ଶହ ଫୁଟ ଲମ୍ବର ଏକ ବିଶାଳ ତ୍ରିରଙ୍ଗା ଧରି ଭାରତ ମାତା କି ଜୟ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ବିଦ୍ୟାଳୟ ପରିସରରୁ ବାହାରି ମନ୍ଦିର ଛକ, ବସଷ୍ଟାଣ୍ଡ ସମେତ ନାକଟିଦେଉଳ ବସ୍ତି ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ସାହୁଙ୍କ ସମେତ ସମସ୍ତ ଗୁରୁଜୀ, ଗୁରୁମା’ ମାନେ ଯୋଗ ଦେଇଥିଲେ। ସେହିପରି ବାଟଗାଁ ଠାରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ବାଟଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରୁ ଏହି ଶୋଭାଯାତ୍ରା ବାହାରିଥିଲା। ଏଥିରେ ବାଟଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ସାମିଲ ହୋଇ ଉକ୍ତ ବିଶାଳ ତ୍ରିରଙ୍ଗା ପତାକା ଧରି ଦେଶାତ୍ମକବୋଧ ବିଭିନ୍ନ ସ୍ଲୋଗାନ ମାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ପରେ ଏହି ଶୋଭାଯାତ୍ରା ମହାବିଦ୍ୟାଳୟ ଖେଳ ପଡ଼ିଆ ଠାରେ ପହଚିଂ ସେଠାରେ ଥିବା ଶହୀଦ ଜବାନ ରଞନ କୁମାର ସାହୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Comments are closed.