www.samajalive.in
Monday, December 8, 2025
16.1 C
Bhubaneswar

ମେଦୀଙ୍କୁ ଶୁଭେଚ୍ଛା ଜଣାଇଲେ ପୁଟିନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପର ମଧ୍ୟରେ ବର୍ଷ ୨୦୧୯ ପାଇଁ  ସୋମବାର ଟେଲିଫୋନ ଯୋଗେ ଶୁଭେଚ୍ଛା ବାର୍ତ୍ତା ଆଦାନ ପ୍ରଦାନ କରିଛନ୍ତି । ଖ୍ରୀଷ୍ଟମାସ ଅବସରରେ ରାଷ୍ଟ୍ରପତି ଏବଂ ରୁଷ ଅଧିବାସୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଆଜି ରୁଷିଆରେ ଖ୍ରୀଷ୍ଟମାସ ପର୍ବ ପାଳନ କରାଯାଉଛି ।

ଗତ କିଛି ବର୍ଷ ହେଲା ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସ୍ଵତନ୍ତ୍ର ଓ ବିଶେଷାଧିକାର ରଣନୈତିକ ଭାଗୀଦାରୀତାରେ ଉଲ୍ଲେଖନୀୟ ସଫଳତା ହାସଲ ହୋଇଥିବାରୁ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ । ଗତ ମେ’ ମାସରେ ସୁଶୀଠାରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଏବଂ ରାଷ୍ଟ୍ରପତି ପୁଟିନଙ୍କ ଅକ୍ଟୋବର ମାସର ଦିଲ୍ଲୀ ଗସ୍ତ କାଳରେ ହୋଇଥିବା ସଫଳ ବାର୍ଷିକ ଶିଖର କଥାବାର୍ତ୍ତାକୁ ସ୍ମରଣ କରି ଦୁଇ ନେତା ଦ୍ଵିପାକ୍ଷିକ ସଂପର୍କକୁ ଆହୁରି ଗତି ଦେବା ଲାଗି ପ୍ରତିବଦ୍ଧତା ଦୋହରାଇଥିଲେ । ରାଷ୍ଟ୍ରପତି ପୁଟିନ ସେପ୍ଟେମ୍ବର ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ବୈଠକକୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଥରେ ନିମନ୍ତ୍ରଣ ଜଣାଇଥିଲେ ।

- Advertisement -

ଏହାଛଡା ପ୍ରତିରକ୍ଷା ଓ ଆତଙ୍କବାଦ ନିରୋଧୀ ପ୍ରସଙ୍ଗ ସମେତ ଅନେକ ପ୍ରମୁଖ ଦ୍ଵୀପାକ୍ଷିକ ତଥା ଆନ୍ତର୍ଜାତିକ ପ୍ରସଙ୍ଗ ନେଇ ଦୁଇ ନେତା ଅଧିକ ପାରସ୍ପରିକ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ବୈଶ୍ଵିକ ବହୁମୂଖୀ ଶୃଙ୍ଖଳାରେ ଭାରତ-ରୁଷିଆ ସହଯୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି ଦୁଇ ନେତା ଏକମତ ହୋଇଥିଲେ । ତେଣୁ, ଦୁଇ ଦେଶ ଆଗାମୀ ସମୟରେ ଜାତିସଂଘ, ବ୍ରିକ୍ସ ଏବଂ ଅନ୍ୟାନ୍ୟ ବହୁଢାଞ୍ଚୀୟ ବ୍ୟବସ୍ଥାରେ ପାରସ୍ପରିକ ପରାମର୍ଶ ଓ ମିଳିତ ଆଲୋଚନା ଜାରି ରଖିବାକୁ ସହମତ ହୋଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories