www.samajalive.in
Sunday, December 7, 2025
26.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ହସ୍ତତନ୍ତ ଦିବସ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜର ଅଧ୍ୟାପିକାମାନଙ୍କ ପକ୍ଷରୁ ବୁଧବାର ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ପ୍ରାଧ୍ୟାପିକା ସ୍ନିଗ୍ଧା ପାତ୍ର ପୌରୋହିତ୍ୟ କରି ହସ୍ତତନ୍ତ ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରକାଶ କରିଥିଲେ। ଅତିଥିଭାବେ ବରିଷ୍ଠ ପ୍ରାଧ୍ୟାପିକା ପ୍ରତିଭା ମହାନ୍ତି, ଡ. ସୁରେଖା ଦାସ, ଅଧ୍ୟାପିକା ଡ. ଗାୟତ୍ରୀ ତ୍ରିପାଠୀ ଓ ଇତିଶ୍ରୀ ମହାନ୍ତି ପ୍ରମୁଖ ଉଦବୋଧନ ଦେଇ ଦେଶର ଲକ୍ଷ ଲକ୍ଷ କାରିଗରଙ୍କ ଜୀବନଜୀବିକା ହସ୍ତତନ୍ତର ବିକାଶ ଓ ବ୍ୟବସାୟ ଉପରେ ନିର୍ଭରଶୀଳ ଥିବାରୁ ସମସ୍ତେ ହସ୍ତତନ୍ତ ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ଆମ ହସ୍ତତନ୍ତ ବସ୍ତ୍ରର ଦେଶ ଓ ବିଦେଶରେ ବହୁତ ଚାହିଦା ରହିଛି ଏବଂ ଏହା କିପରି ଅଧିକରୁ ଅଧିକ ରପ୍ତାନୀ ହୋଇପାରିବ ସେଥିପାଇଁ ବ୍ୟାପକ ପ୍ରୋତ୍ସାହନ ଓ ଉଦ୍ୟମ ଲୋଡା ବୋଲି ଅଧ୍ୟାପିକା ଦେବସ୍ମିତା ବାରିକ, ସୋନାଲି ବିଶ୍ବାଳ, ସୁଜାତା ସ୍ୱାଇଁ, ସୁସ୍ମିତା ସାହୁ ଓ ନଳିନୀ ରାଉତରାୟ ପ୍ରମୁଖ ମତପୋଷଣ କରିଥିଲେ । ଏହି ଅବସରରେ ଅଧ୍ୟାପିକା ଶିବାନୀ ମୁଣ୍ଡ, ଲିଜିଲିନ ବେଉରା, ରୁନିସ୍ମିତା ପ୍ରତିପୁଷ୍ପ, ଗ୍ରନ୍ଥାଗାରିକ ମନସ୍ୱିନୀ ପ୍ରିୟଦର୍ଶିନୀ ପ୍ରମୁଖ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନ କରିଥିଲେ । ଅଧ୍ୟାପିକା ବିଷ୍ଣୁପ୍ରିୟା ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଅଧ୍ୟାପିକା ଶ୍ରୀମନ୍ତିନୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ କଲେଜର ସମସ୍ତ ଅଧ୍ୟାପିକା ଓ ମହିଳା କର୍ମଚାରୀ ଯୋଗଦାନ କରି ସହଯୋଗ କରିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories