ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ପହଞ୍ଚିଛନ୍ତି ଅନ୍ତରୀଣ ସରକାରର ନୂଆ ପ୍ରଧାନମନ୍ତ୍ରୀ ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ। ଗୁରୁବାର ସେ ଢାକାରେ ପହଞ୍ଚିବା ପରେ କହିଛନ୍ତି, ବାଂଲାଦେଶ ୨ୟ ଥର ପାଇଁ ସ୍ଵାଧୀନତା ପାଇଲା। ଏହାକୁ ଆମେ ନିଶ୍ଚୟ ସୁରକ୍ଷା ଦେବୁ। ଆନ୍ଦୋଳନକାରୀ ଛାତ୍ରମାନେ ଦେଶକୁ ବଞ୍ଚାଇବା ଲାଗି ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଦେଇଛନ୍ତି।
ଦେଶରେ ବିରୋଧୀମାନେ ସଂରକ୍ଷଣ ପ୍ରତିବାଦରେ ହିଂସାତ୍ମକ ଆନ୍ଦୋଳନ କରିବା ପରେ ସେନା ଚାପରେ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ୟୁନୁସଙ୍କୁ ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ଭାବେ ସେନା ପକ୍ଷରୁ ଘୋଷଣା କରାଯାଇଛି।



