ବାଲେଶ୍ଵର: ବାଲେଶ୍ଵରରେ ଫୁଟିଲା ଗୁଳି । ବାଲେଶ୍ଵର ସହରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ସକାଳେ ଜଣେ ବ୍ୟକ୍ତି ଜିମ୍ ରୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରିଛନ୍ତି। ଯୁବକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ। ଚାରି ଜଣ ଦୁର୍ବୃତ୍ତ ଏକ ବୁଲେଟରେ ଆସି ତାଙ୍କୁ ଗୁଳିମାଡ କରିଥିବା ଜଣାପଡିଛି। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ବାଲେଶ୍ଵର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି। ତେବେ କେଉଁ କାରଣରୁ ଯୁବକଙ୍କୁ ଗୁଳିମାଡ କରାଯାଇଛି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Popular Categories



