www.samajalive.in
Monday, December 8, 2025
16.1 C
Bhubaneswar

ଗଭର୍ଣ୍ଣର ଟିମ୍ ୱାଲ୍ଜଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କଲେ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ

ଡେସ୍କ: ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ଆନୁଷ୍ଠାନିକ ଭାବେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ଏକ ପ୍ରମୁଖ ରାଜନୈତିକ ଦଳରୁ ନାମାଙ୍କନ ଜିତିଥିବା ହାରିସ୍ ଗଭର୍ଣ୍ଣର ଟିମ୍ ୱାଲ୍ଜଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛନ୍ତି।

ଡେମୋକ୍ରାଟିକ୍ ନ୍ୟାସନାଲ କନଭେନ୍ସନ୍ ପ୍ରତିନିଧିଙ୍କ ୫ ଦିନିଆ ଅନଲାଇନ୍ ମତଦାନ ଗତକାଲି ରାତିରେ ଶେଷ ହେବା ପରେ ହାରିସଙ୍କ ନାମାଙ୍କନ ପତ୍ର ଆନୁଷ୍ଠାନିକ ହୋଇଛି। ଦଳଏକ ବିବୃତିରେ କହିଛି ଯେ ୯୯ ପ୍ରତିଶତ ପ୍ରତିନିଧି ହାରିସଙ୍କ ପାଇଁ ମତଦାନ କରିଛନ୍ତି। ଚଳିତ ମାସ ଶେଷ ଆଡ଼କୁ ଶିକାଗୋରେ ହେବାକୁ ଥିବା ଡେମୋକ୍ରାଟିକ୍ ନ୍ୟାସନାଲ କନଭେନସନରେ ସେ ନାମାଙ୍କନ ଗ୍ରହଣ କରିବେ।

- Advertisement -

ଡେମୋକ୍ରାଟିକ ଉପରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀ ୱାଲ୍ଜ, ଯିଏ କି ମଧ୍ୟପଶ୍ଚିମ ଗଭର୍ଣ୍ଣର ଏବଂ ସାମରିକ କ୍ଷେତ୍ରରେ ଅଭିଜ୍ଞ, ତାଙ୍କ ରାଜ୍ୟ ପାଇଁ ଏକ ଉଚ୍ଚାକାଂକ୍ଷୀ ଡେମୋକ୍ରାଟିକ୍ ଏଜେଣ୍ଡା ପ୍ରଣୟନ କରିବାରେ ସାହାଯ୍ୟ କରିଥିଲେ, ଯେଉଁଥିରେ ଗର୍ଭପାତ ଅଧିକାର ପାଇଁ ବ୍ୟାପକ ସୁରକ୍ଷା ଏବଂ ପରିବାରକୁ ସହାୟତା ଅନ୍ତର୍ଭୁକ୍ତ ଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories