www.samajalive.in
Sunday, December 7, 2025
26.1 C
Bhubaneswar

ଇସ୍ତଫା ଦେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ପିପିଲି ଗଣବଳାତ୍କାର ମାମଲାରେ ବୟାନ ଦେଇ ବିବାଦୀୟ ହୋଇପଡ଼ିଥିବା ରାଜ୍ୟ କୃଷିମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ମହାରଥୀଙ୍କ ଇସ୍ତଫା ଦାବି କରି କଂଗ୍ରେସ ମହିଳା ଶାଖା ଓ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ନିବାସ ଘେରାଉ ଉଦ୍ୟମ କରିବା ପରେ ରାଜ୍ୟ ସରକାର ଅଡ଼ୁଆରେ ପଡ଼ିଥିଲେ। ବିଶେଷକରି ଗତ ଶନିବାର ବାରିପଦାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିପିଲି ପ୍ରସଙ୍ଗ ଉତ୍‍ଥାପନ କରିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହିତ ନେଇଥିଲେ।
ସୂଚନାଯୋଗ୍ୟ, ଗତ ୨୦୧୧, ନଭେମ୍ବର ୨୯ ତାରିଖରେ ପିପିଲି ଥାନା ଅନ୍ତର୍ଗତ ଅର୍ଜୁନଗୋଦା ଗ୍ରାମର ଏକ ବିଲ ମଧ୍ୟରୁ ପୀଡ଼ିତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ୨୦୧୨, ଜୁନ ୨୧ ତାରିଖରେ ମୃତ୍ୟୁ ଘଟିଥିଲା। ସେତେବେଳେ ଏହି ଘଟଣାରେ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତତ୍କାଳୀନ ଥାନାଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଘଟଣାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିଲା। ଗତ ଡିସେମ୍ବର ମାସରେ ଭୁବନେଶ୍ୱର ପ୍ରଥମ ଶ୍ରେଣୀ ଜିଲ୍ଲା ଦୌରା ଜଜ୍‍ ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଖଲାସ କରିଥିଲେ। ନ୍ୟାୟାଳୟର ରାୟ ପରେ ପ୍ରଦୀପ ମହାରଥୀ କହିଥିଲେ ଯେ ସତ୍ୟର ଜୟ ହେଲା ଓ ପୀଡ଼ିତା ନ୍ୟାୟ ପାଇଲା। ଶ୍ରୀ ମହାରଥୀଙ୍କ ଏହି ମନ୍ତବ୍ୟକୁ ନେଇ ସବୁ ମହଲରୁ ବିରୋଧାଭାସ ସୃଷ୍ଟି ହୋଇଥିଲା।
ଗତ ଶନିବାର ବାରିପଦା ସମାବେଶରେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି। ଏହି ଘଟଣାରେ ତଦନ୍ତରେ ଅବହେଳା ଯୋଗୁଁ ପୀଡ଼ିତା ପରିବାରକୁ ନ୍ୟାୟ ମିଳିପାରିନାହିଁ। ତେଣୁ ପୁନଃଶ୍ଚ ତଦନ୍ତ କରି ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହାର ପ୍ରତିକ୍ରିୟାରେ ଏହି ମାମଲାକୁ ଗୁରୁତ୍ୱର ସହିତ ନିଆଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories