www.samajalive.in
Monday, December 8, 2025
14.1 C
Bhubaneswar

ଝାଡାବାନ୍ତିରେ ୧୬ ଆକ୍ରାନ୍ତ

ଭବାନୀପାଟଣା: ଜୟପାଟଣା ବ୍ଲକ ଅଁଳାଭଟା ପଂଚାୟତର ଟିଙ୍ଗୋପଖାନ ଗାଁରେ ଝାଡାବାନ୍ତିରେ ୧୬ ଜଣ ଆକ୍ରାନ୍ତ ହେଇ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି। ପୂର୍ବରୁ ପଂଚାୟତ ମହକୁମା ଅଁଳାଭଟାର ୪ ଜଣ ଆକ୍ରାନ୍ତ ହେଉଥିବା ସୂଚନା ମିଳିଛି। ସୂଚନା ପାଇ ଆଜି ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ଏକ ଚିକିତ୍ସକ ଦଳ ଗାଁ କୁ ଯାଇ ଲୋକଙ୍କ ଚିକିତ୍ସା କରିଥିଲେ।

ଡାକ୍ତରଖାନା ରେ ଭର୍ତ୍ତି ରୋଗୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଏସଆରଏମ ଭେଷଜ ମହାବିଦ୍ୟାଳୟ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଟିଙ୍ଗୋପଖାନ ଗାଁ ରେ ଅସ୍ୱାସ୍ଥ୍ୟକର ପରିବେଶ , ଗାଁ ରାସ୍ତାରେ ଅନବରତ ନର୍ଦ୍ଧମା ପାଣି ଚାଲିବା, ନଳକୂପ ନିକଟରେ ସନ୍ତସନ୍ତିଆ ପରିବେଶ ଝାଡାବାନ୍ତିର ମୁଖ୍ୟ କାରଣ ବୋଲି କୁହାଯାଉଛି। ଆସନ୍ତାକାଲି ଜିଲା ମହକୁମାରୁ ଏକ ଦଳ ଟିଙ୍ଗୋପଖାନ ଗାଁ କୁ ଯିବାର କାର୍ଯ୍ୟକ୍ରମ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories