www.samajalive.in
Monday, December 8, 2025
14.1 C
Bhubaneswar

ଇସ୍ତଫା ଦେଲେ ଶେଖ ହସିନା, ଭଉଣୀଙ୍କ ସହିତ ଭାରତ ପଳାଇ ଆସୁଥିବା ଚର୍ଚ୍ଚା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ବିକ୍ଷୋଭକାରୀମାନେ ତାଙ୍କ ବାସଭବନକୁ ଧସେଇ ପଶିଛନ୍ତି। ସୁରକ୍ଷା ଦୃଷ୍ଟିରୁ ହସିନା ଏବଂ ତାଙ୍କ ଭଉଣୀଙ୍କୁ ବାସଭବନରୁ ନିରାପଦ ସ୍ଥାନକୁ ନିଆଯାଇଛି। ହସିନା ନିଜ ଭଉଣୀ ସହିତ ବିମାନ ଯୋଗେ ଭାରତ ପଳାଇ ଆସୁଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦେଶର ପରିସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଆଇନମନ୍ତ୍ରୀ କହିବା ସହିତ କ’ଣ ଘଟୁଛି ତାହା ସେ ନିଜେ ବି ଜାଣିପାରୁ ନାହାନ୍ତି ବୋଲି କହିଛନ୍ତି। ହସିନାଙ୍କ ଇସ୍ତଫାର କିଛି ସମୟ ପରେ ଦେଶର ସେନା କ୍ଷମତା ହାତକୁ ନେଇପାରେ। ଏ ସମ୍ପର୍କରେ ଖୁବଶୀଘ୍ର ସେନା ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories