www.samajalive.in
Sunday, December 7, 2025
23.1 C
Bhubaneswar

ନ୍ୟୁଜିଲାଣ୍ଡ ୨-୦ରେ ସିରିଜ ଜିତିଲା

ମାଉଣ୍ଟ ମାଉଙ୍ଗାନୁଇ(ନ୍ୟୁଜିଲାଣ୍ଡ) : କଲିନ ମନ୍‌ରୋ, ରସ୍‌ ଟେଲର ଓ ଜେମ୍‌ସ ନିସାମଙ୍କ ପ୍ରଶଂସନୀୟ ଅର୍ଦ୍ଧଶତକ ବଳରେ ଘରୋଇ ନ୍ୟୁଜିଲାଣ୍ଡ ଏଠାରେ ଶନିବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୨୧ ରନରେ ପରାସ୍ତ କରିଛି। ଏହି ବିଜୟ ଫଳରେ ନ୍ୟୁଜିଲାଣ୍ଡ ତିନିଟିକିଆ ସିରିଜକୁ ୨-୦ରେ ଜିତିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ୩୧୯ ରନ କରିଥିଲା। ଜବାବରେ ଥିସାରା ପରେରାଙ୍କ ଲଢୁଆ ଶତକ ସତ୍ତ୍ବେ ଶ୍ରୀଲଙ୍କା ୪୬.୨ ଓଭରରେ ୨୯୮ ରନରେ ଅଲଆଉଟ ହୋଇଥିଲା। ପରେରା ’ପ୍ଲେୟାର ଅଫ୍‌ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି। ଆସନ୍ତା ୮ରେ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ନେଲସନରେ ଖେଳାଯିବ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ୩୯ ରନରେ ଦୁଇ ଓପନର ମାର୍ଟିନ ଗପ୍‌ଟିଲ (୧୩) ଓ ଅଧିନାୟକ କେନ୍‌ ୱିଲିୟମସନଙ୍କ (୧) ୱିକେଟ ହରାଇଥିଲା। ତେବେ କଲିନ ମନ୍‌ରୋ (୮୭) ଓ ରସ୍‌ ଟେଲର (୯୦) ୩ୟ ୱିକେଟ ପାଇଁ ୧୧୨ ରନ ଯୋଗକରି ସ୍ଥିତିକୁ ସମ୍ଭାଳିଥିଲେ। ପୂର୍ବମ୍ୟାଚରେ ଉନ୍ନତ ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଜେମ୍‌ସ ନିସାମ ଏଥର ମଧ୍ୟ ଚମତ୍କାର ବ୍ୟାଟିଂ କରିଥିଲେ। ସେ ୩୭ଟି ବଲରୁ ୫ଟି ଚୌକା ଓ ୩ଟି ଛକା ସହାୟତାରେ ଦ୍ରୁତ ୬୪ ରନ କରିଥିଲେ। ହେନେରି ନିକୋଲ୍‌ସଙ୍କ ୩୨ ଓ ଟିମ୍‌ ସିଫର୍ଟଙ୍କ ୨୨ ରନ ବଳରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ୱିକେଟ ବିନିମୟରେ ୩୧୯ ରନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଲସିଥ୍‌ ମାଲିଙ୍ଗା ୨ଟି ଓ ନୁୱାନ ପ୍ରଦୀପ ଗୋଟିଏ ୱିକେଟ ଅକ୍ତିଆର କରିଥିବାବେଳେ ନ୍ୟୁଜିଲାଣ୍ଡର ୪ ଜଣ ବ୍ୟାଟସମ୍ୟାନ ରନଆଉଟ ହୋଇଥିଲେ।
୩୨୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ୧୨୮ ରନ ମଧ୍ୟରେ ୭ଟି ୱିକେଟ ହରାଇଥିଲା। ମଧ୍ୟକ୍ରମରେ ଥିସାରା ପରେରା ଏକୁଟିଆ ନ୍ୟୁଜିଲାଣ୍ଡ ବୋଲରଙ୍କୁ ମୁକାବିଲା କରି ଦଳୀୟ ସ୍କୋରକୁ ଆଗେଇ ନେଇଥିବାବେ​‌େ​‌ଳ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ୱିକେଟର ପତନ ଘଟିବା ଫଳରେ ଶ୍ରୀଲଙ୍କା ୪୬.୨ ଓଭରରେ ୨୯୮ ରନରେ ଅଲଆଉଟ ହୋଇଥିଲା। ପରେରା ୭୪ଟି ବଲରୁ ୮ଟି ଚୌକା ଓ ୧୩ଟି ଛକା ସହାୟତାରେ ୧୪୦ ରନ କରି ଶେଷ ଖେଳାଳିଭାବେ ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଇସ୍‌ ସୋଢି ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ମ୍ୟାଟ୍‌ ହେନେରି ଓ ଜେମ୍‌ସ ନିସାମ ପ୍ରତ୍ୟେକ ୨ଟି ୱିକେଟ ପାଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories