www.samajalive.in
Sunday, December 7, 2025
13.1 C
Bhubaneswar

ପ୍ୟାରିସ ଅଲିମ୍ପିକ୍‌ସ ପୁରୁଷ ହକି: ଆଜି ଭାରତ-ଗ୍ରେଟ୍‌ ବ୍ରିଟେନ କ୍ବାର୍ଟର

ପ୍ୟାରିସ୍‌ : ପ୍ୟାରିସ ଅଲିମ୍ପିକ୍‌ସ ପୁରୁଷ ହକି ପ୍ରତିଯୋଗିତା।  ଆଜି ଭାରତ ଓ ଗ୍ରେଟ୍‌ ବ୍ରିଟେନ ମଧ୍ୟରେ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଟୋକିଓ ଅଲିମ୍ପିକ୍‌ସ କାଂସ୍ୟ ବିଜେତା ଭାରତ କ୍ବାର୍ଟରଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ ହରାଇ ସେମିଫାଇନାଲରେ ପ୍ରବେଶ ନେଇ ଦୃଢ ଆଶାବାଦୀ ରହିଛି। ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପୁଲ୍‌ ‘ବି’ରେ ସ୍ଥାନ ପାଇଥିଲା। ଦଳ ଲିଗ୍‌ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୩ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ୧୦ ପଏଣ୍ଟ ପାଇ ଗ୍ରୁପ୍‌ର ୨ୟ ସ୍ଥାନରେ ରହି କ୍ବାର୍ଟରଫାଇନାଲରେ ପହଞ୍ଚିଛି। ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ଭାରତ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ସହ ୧-୧ ବରାବର ରଖିଥିଲା। ୩ୟ ମ୍ୟାଚରେ ଆୟରଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ୪ର୍ଥ ମ୍ୟାଚରେ ବେଲ୍‌ଜିୟମ ନିକଟରୁ ୧-୨ ଗୋଲରେ ପରାଜିତ ହୋଇଥିଲା। ଶେଷ ଲିଗ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ଭାରତ ପରାସ୍ତ କରିଥିଲା। ହରମନପ୍ରୀତ ସିଂହ ଚମତ୍କାର ଫର୍ମରେ ରହିବା ସହ ୬ଟି ଗୋଲ ଦେଇଛନ୍ତି। ଅନ୍ୟପକ୍ଷରେ ଗ୍ରେଟ୍‌ ବ୍ରିଟେନ ପୁଲ-ଏ ରେ ୩ୟ ସ୍ଥାନ ସହ କ୍ବାର୍ଟର ଫାଇନାଲରେ ପହଞ୍ଚିଛି। ଦଳ ୫ଟି ମ୍ୟାଚରୁ ୨ଟି ବିଜୟ, ୨ଟି ପରାଜୟ ଓ ଗୋଟିଏ ଡ୍ର ସହ ୮ ପଏଣ୍ଟ ପାଇ ଗ୍ରୁପର ୩ୟ ସ୍ଥାନରେ ରହିଥିଲା। ନେଦରଲାଣ୍ଡ୍‌ସ ସହ ୨-୨ ଓ ଦକ୍ଷିଣ ଆଫ୍ରିକା ସହ ୨-୨ ଗୋଲ ବରାବର ରଖିଥିବାବେଳେ ଜର୍ମାନୀ ନିକଟରୁ ୧-୨ ଗୋଲରେ ପରାଜିତ ହୋଇଥିଲା। ସେହିପରି ସ୍ପେନକୁ ୪-୦ ଗୋଲରେ, ଓ ଫ୍ରାନ୍‌ସକୁ ୨-୧ ଗୋଲରେ ପରାଜିତ କରିଥିଲା। ଭାରତ ​‌େ​‌ଶଷ ଲିଗ୍‌ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ମନୋବଳ ଉଚ୍ଚରେ ରହିଛି। ଗ୍ରେଟ୍‌ ବ୍ରିଟେନକୁ ହରାଇବା ନେଇ ଆମେ ଆଶାବାଦୀ ବୋଲି ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍‌ ଫୁଲ୍‌ଟନ କହିଛନ୍ତି। ପେନାଲ୍‌ଟି କର୍ଣ୍ଣର ବିଭାଗରେ ଆମର ଦୁର୍ବଳତା ରହିଛି। ଏହାକୁ ସୁଧାରିବା ନେଇ ଖେଳାଳିମାନେ କଠିନ ଅଭ୍ୟାସ କରିଛନ୍ତି ବୋଲି ଫୁଲ୍‌ଟନ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories