www.samajalive.in
Sunday, December 7, 2025
14.1 C
Bhubaneswar

ଛେଳିମାଂସ ଖାଇ ପରିବାରର ୪ ମୃତ

ସମାଜ ଡିଜିଟାଲ ଡେସ୍କ: ଛେଳିମାଂସ ଖାଇ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କର୍ନାଟକର ରାଇଚୁର ଜିଲା ଅନ୍ତର୍ଗତ କଲ୍ଲୁର ଗ୍ରାମରେ। ପ୍ରାଣ ହରାଇଛନ୍ତି ବାପା, ମା’ ଏବଂ ତାଙ୍କର ଦୁଇ ସନ୍ତାନ। ମୃତକମାନେ ହେଉଛନ୍ତି ଭୀମାନ୍ନା ବାଗଲି(୬୦), ସ୍ତ୍ରୀ ଏରାମ୍ମା (୫୪), ପୁଅ ମାଲେଶା (୧୯) ଓ ଝିଅ ପାର୍ବତୀ (୧୭)। ଅନ୍ୟ ଜଣେ ବ୍ୟକ୍ତି କୋମାରେ ଅଛନ୍ତି।

ଗୁରୁବାର ସନ୍ଧ୍ୟାରେ ଭୀମାନ୍ନା ଘରକୁ ଛେଳି ମାଂସ ଆଣିଥିଲେ। ତାହାକୁ ରନ୍ଧା ଯାଇଥିଲା। ପରିବାରର ୫ ସଦସ୍ୟ ଏକାଠି ବସି ଚପାତି, ସାଲାଡ, ଛେଳିମାଂସ ତରକାରୀ ଖାଇଥିଲେ। ପରେ ମଧ୍ୟରାତ୍ରିରେ ସେମାନେ ଅସହଜ ଅନୁଭବ କରିଥିଲେ। ଧୀରେ ଧୀରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଖବରପାଇ ପଡ଼ୋଶୀ ଲୋକେ ସେମାନଙ୍କୁ ରାଇଚୁର ଡାକ୍ତରଖାନାକୁ ନେଇଥିଲେ। ହେଲେ ଭୋର ପ୍ରାୟ ୩ଟାରେ ବାଟରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ଏହା ଆତ୍ମହତ୍ୟା ବୋଲି ପ୍ରଚାର ହୋଇଥିଲା। କିନ୍ତୁ ରାଇଚୁର ଡିସିପି ଏହାକୁ ଖଣ୍ଡନ କରିଛନ୍ତି। ଖାଦ୍ୟରେ କୌଣସି ପ୍ରକାର କ୍ଷତିକାରକ ବିଷାକ୍ତ ଦ୍ରବ୍ୟ ଯୋଗୁ ଏହି ଘଟଣା ଘଟିଥିବା କହିଛନ୍ତି। ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ହାଇଦ୍ରାବାଦସ୍ଥିତ ଫୋରେନସିକ ପରୀକ୍ଷାଗାରକୁ ପଠାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories