www.samajalive.in
Sunday, December 7, 2025
23.1 C
Bhubaneswar

+୨ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଡ଼ଇଁଚା ସ୍ଥିତ ବାପୁଜୀ ସରାକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଦିନ ପ୍ରବେଶ ଉତ୍ସବ ସହିତ ନବାଗତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ସମାରୋହ ଉତ୍ସବ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବାପୁଜୀ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯାଇ ଛାତ୍ରଛାତ୍ରୀ ମାନଙ୍କର ନାମ ଲେଖାଯାଇଛି। ସରକାର ସମୁଦାୟ ୧୨୮ଟି ସିଟକୁ ଅନୁମୋଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏଠାରେ ୧୧୫ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏଥି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୫୫ଜଣ ଛାତ୍ରୀ ଏବଂ ୬୦ଜଣ ଛାତ୍ର ନାମ ଲେଖାଇଛନ୍ତି।

ବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରବେଶ ଉତ୍ସବ ସମାରୋହରେ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର, ସମ୍ମାନୀତ ଅତିଥି ଭାବେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁଦର୍ଶନ ସାହୁ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ରିୟ ପ୍ରଧାନ, ନାକଟିଦେଉଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ, ଡ଼ଇଁଚା ଗ୍ରା.ପ.ର ସରପଚଂ ସୌଦାମିନୀ ପ୍ରଧାନ, ସମିତିସଭ୍ୟ ପ୍ରବୀଣ କୁମାର ପ୍ରଧାନ, ଘୋଷରାମାଳ ଗ୍ରା.ପ.ର ସରପଚଂ ପ୍ରେମଶୀଳା ପ୍ରଧାନ, ଶିମିଳିପାଳ ଗ୍ରା.ପ.ର ସରପଚଂ ସସ୍ମିତାରାଣୀ ପ୍ରଧାନ, ଗୋଗୁଆ ଗ୍ରା.ପ.ର ସରପଚଂ ଧନେଶ୍ୱର ପ୍ରଧାନ ଏବଂ ସମିତିସଭ୍ୟ ଅମୁଲ୍ୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥି ମାନେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସହିତ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳମୟ ଭବିଷ୍ୟତ କାମନା କରି ଅନୁଷ୍ଠାନ ପ୍ରବେଶକୁ ସ୍ୱାଗତ କରିଥିଲେ। ଏଥି ସହିତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠାନର ସମସ୍ତ ନୀତି ନିୟମକୁ ମାନି ସମୟାନୁବର୍ତ୍ତିତା ସହିତ ଶୃଙ୍ଖଳିତ ଭାବେ ଶିକ୍ଷା ଅଧ୍ୟୟନ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଯତ୍ନବାନ ହେବାକୁ ନାକଟିଦେଉଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅତିଥି ଅଧ୍ୟାପକ ଭାବେ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ଇଂରାଜୀ, ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତି ବିଭାଗର ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ସହିତ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ସହକାରୀ ଶିକ୍ଷକ ହଳଧର ସାହୁ ଅତିଥି ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ/ଅଭିଭାବିକା ମାନଙ୍କ ଦ୍ୱାରା ଭାବର ଆଦାନ ପ୍ରଦାନ ସହ ନିଜ ନିଜର ପରିଚୟ ପ୍ରଦାନ କରାଯାଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କ୍ଲାସ ରୁଟିନ ପ୍ରଦାନ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories