www.samajalive.in
Wednesday, December 10, 2025
15.1 C
Bhubaneswar

ଜଳଲାଗି କରି ଫେରୁଥିଲେ କାଉଡିଆ, ବିଦ୍ୟୁତ ଆଘାତରେ ଚାଲିଗଲା ୫ ଜୀବନ

ସମାଜ ଡିଜିଟାଲ ଡେସ୍କ: ଶ୍ରାବଣରେ ମହାଦେବଙ୍କ ପୀଠରେ ଜଳଲାଗି କରି ଫେରିବା ସମୟରେ ବିଦ୍ୟୁତ ଆଘାତରେ ଚାଲିଯାଇଛି ୫ କାଉଡିଆଙ୍କ ଜୀବନ। ଝାଡ଼ଖଣ୍ଡର ଲାତେହର ଜିଲା ଅନ୍ତର୍ଗତ ଟମ ଟମ ଟୋଲା ଅଞ୍ଚଳରେ ଏହି ଅଘଟଣ ଘଟିଛି।

କାଉଡିଆମାନେ ଦେଓଘରଠାରେ ଥିବା ବାବା ବୈଦ୍ୟନାଥ ମନ୍ଦିରରେ ଜଳଲାଗି କରିଥିଲେ। ଜଳଲାଗି ପରେ ବିଭିନ୍ନ ଜାଗା ବୁଲାବୁଲି କରି ବୁଧବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ ଫେରୁଥିଲେ। ଗୁରୁବାର ଭୋର ପ୍ରାୟ ୩ଟାରେ ଗାଡ଼ିଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କାଦେଇଥିଲା। ଫଳରେ ଖୁଣ୍ଟରୁ ତାର ଛିଡ଼ି ଗାଡ଼ି ଉପରେ ପଡ଼ିଥିଲା। ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ୫ କାଉଡିଆଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ କାଉଡିଆ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାରେ ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories