www.samajalive.in
Sunday, December 7, 2025
23.1 C
Bhubaneswar

ସମଗ୍ର ଜଗତକୁ ରକ୍ଷା କରିବା ପାଇଁ ରୂପଦେଇପୁରରେ ଚକ୍ରବୁଲା ପର୍ବ ପାଳିତ

ପିପିଲି:ପବିତ୍ର କାମଦା ଏକାଦଶୀ ଅବସରରେ ପିପିଲି ବ୍ଲକ ଅନ୍ତର୍ଗତ ରୂପଦେଇପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଚକ୍ରବୁଲା ପର୍ବ ସମାରୋହରେ ପାଳିତ ହୋଇଯାଇଛି । ପରମ୍ପରା ଅନୁଯାଇ ବୁଧବାର ରାତିରେ ଏକ ସୁସଜ୍ଜିତ ବିମାନରେ ଠାକୁରଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଦେବଙ୍କୁ ଏକ
ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିବା ବେଳେ  କାହାଳୀ, ମୃଦଙ୍ଗ, ଢୋଲ, ମହୁରୀ ନାଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା  । ଗ୍ରାମର ପ୍ରତ୍ୟେକ ପରିବାର ପକ୍ଷରୁ ଠାକୁର ମାନଙ୍କୁ ଧୂପ, ଦୀପ ସହ ଦ୍ୱାରିଭୋଗ ଅର୍ପଣ କରାଯାଇଥିଲା ।

ନିରୋଗ ରହିବା ପାଇଁ ସମସ୍ତେ ଠାକୁରଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ । ଲୋକକଥା ଅନୁଯାଇ, ଶ୍ରୀଗୁଣ୍ଡିଚା ପରେ ବର୍ଷାଋତୁରେ ତଥା ଋତୁ ପରିବର୍ତ୍ତନ ଯୋଗୁଁ ହଇଜା, ମିଳିମିଳା, ଜ୍ୱର, ସର୍ଦ୍ଦି, କାଶ, ଆଖିଧରା ଭଳି ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ରହିଛି । ଏହାର ନିରାକରଣ ପାଇଁ ତଥା ରୋଗକୁ ସମୁଳେ ବିନାଶ କରି ସମଗ୍ର ଜଗତକୁ ରକ୍ଷା କରିବା ପାଇଁ ଶ୍ରୀଜୀଉ ଏହି ଏକାଦଶୀରେ ବିମାନରେ ପରିକ୍ରମା କରି ନିଜର ଆୟୁଧ ସୁଦର୍ଶନ ଚକ୍ରକୁ ପେଷି ଥିବାରୁ ଏହି ଚକ୍ରବୁଲା ପର୍ବ ରୂପଦେଇପୁର ଗ୍ରାମରେ କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଥିବା  ସଂପର୍କରେ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର କମିଟିର ମୁଖପାତ୍ର ଆଇନଜୀବୀ ସତ୍ୟପ୍ରକାଶ ମିଶ୍ର ପ୍ରକାଶ କରିଛନ୍ତି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories