ଶାବକ ଜନ୍ମ ଦେଲା ଶାର୍କ, ଦେଖନ୍ତୁ କିପରି ଥିଲା ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ଏବେ ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି। ଭିଡିଓଟି ଏକ ଶାର୍କ ମାଛର। ଶାର୍କ ମାଛଟି ଶାବକ ଜନ୍ମ ଦେବାର ଦୃଶ୍ୟ ଏହି ଭିଡିଓଟିରେ ରହିଛି। ତେବେ ଏହା କୌଣସି ସମୁଦ୍ରର ଦୃଶ୍ୟ ନୁହେଁ, ବରଂ ଦୁବାଇ ଆକ୍ଵାରିଅମର ଦୃଶ୍ୟ। ଦୁବାଇର ଏହି ଆକ୍ଵାରିଅମରେ ଶାର୍କ ମାଛଟି ଶାବକ ଜନ୍ମ ଦେବା ସମୟରେ ବୁଲିବାକୁ ଆସିଥିବା ଲୋକେ ତାହାକୁ ଦେଖିଥିଲେ। ଆକ୍ଵାରିଅମରେ ଶାର୍କର ଜନ୍ମ ସମୟର ଏହି ବିରଳ ଯାଦୁକରି ମୁହୂର୍ତ୍ତକୁ ଭିଡିଓରେ କଏଦ କରି ସାମାଜିକ ଗଣମାଧ୍ୟମରେ ଶେୟାର କରାଯାଇଛି। ବହୁତସାରା ଲୋକ ଏହାକୁ ଦେଖି ପସନ୍ଦ କରିଛନ୍ତି।


ଇମାରରେ ଥିବା ଦୁବାଇ ଆକ୍ଵାରିଅମ ବିଶ୍ଵର ସବୁଠୁ ବଡ଼ ଆକ୍ଵାରିଅମ ଭିତରୁ ଗୋଟିଏ। ଏହାକୁ ଅଣ୍ଡରଓ୍ବାଟର ଜୁ (ପାଣି ଭିତର ଚିଡ଼ିଆଖାନା) ବି କୁହାଯାଏ। ସାମାଜିକ ଗଣମାଧ୍ୟମରେ ଭିଡିଓ ଶେୟାର କରାଯାଇ ଏହାର ଶୀର୍ଷକରେ ‘ମ୍ୟାଜିକାଲ ମୁମେଣ୍ଟ’ ବା ଜାଦୁକରୀ ମୁହୂର୍ତ୍ତ ବୋଲି ଲେଖାଯାଇଛି।

Comments are closed.