ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ପାଇଁ ପ୍ରସ୍ତାବ ନାହିଁ – କେନ୍ଦ୍ର ସରକାର

ଡେସ୍କ: ସରକାରୀ କର୍ମଚାରୀଙ୍କ ପେନସନ ବ୍ୟବସ୍ଥାର ସମୀକ୍ଷା ପାଇଁ ଗଠିତ କମିଟି ଏହାର ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିନାହିଁ ଏବଂ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ସଂଶୋଧନ ପାଇଁ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନର କୌଣସି ପ୍ରସ୍ତାବ ନାହିଁ ବୋଲି ଆଜି କେନ୍ଦ୍ର ସରକାର କହିଛନ୍ତି।

ଆଳୁ ରାଜନୀତି: ଶ୍ରେୟ କାହାର, ନବୀନ ନା ମୋହନ!

ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ନୂଆ ପେନସନ ଯୋଜନାକୁ ଉଚ୍ଛେଦ କରିବା ଏବଂ ଓପିଏସ୍ ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ସମୟ ସମୟରେ ଅନୁରୋଧ ଆସିଛି। ପେନସନ ବ୍ୟବସ୍ଥାର ସମୀକ୍ଷା ପାଇଁ ଗଠିତ କମିଟି ନିକଟରେ ଏହାକୁ ଉପସ୍ଥାପନ କରାଯାଇଥିଲା।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.