www.samajalive.in
Monday, December 8, 2025
16.1 C
Bhubaneswar

ଶିଶୁ ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଜଗନ୍ନାଥ ପ୍ରସାଦ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ସୋମବାର ଦିନ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି  l ଉକ୍ତ ଜ୍ଞାନ ବିଜ୍ଞାନ ମେଳକୁ ପରିଚାଳନା କମିଟିର କୋଷାଧ୍ୟକ୍ଷ ତରୁଣ କୁମାର ମେହେର ପ୍ରାରମ୍ଭରେ ଉଦଘାଟନ କରିଥିଲେ । ଏଥିରେ ଶିଶୁମାନଙ୍କୁ ତିନୋଟି ବର୍ଗରେ ଭାଗ କରାଯାଇଥିଲା । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀକୁ ନେଇ ପ୍ରାଥମିକ ବର୍ଗ। ସେମାନେ ବିଭିନ୍ନ ବିଷୟରେ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ସେମାନଙ୍କ ମଧ୍ୟରୁ ଶ୍ରେଣୀ ଅନୁଯାୟୀ ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀମାନଙ୍କୁ ପ୍ରଥମ, ଦ୍ୱିତୀୟ, ତତୀୟ ସ୍ଥାନ ପାଇଁ ଚୟନିତ କରାଯାଇଛି ।ଏହି ବର୍ଗରେ ମୋଟ୍  ୯୨  ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ଚତୁର୍ଥ ଓ ପଞ୍ଚମ ଶ୍ରେଣୀକୁ ନେଇ ଶିଶୁ ବର୍ଗ।
ଏହି ବର୍ଗରେ ପାଞ୍ଚଟି ବିଷୟ ଦିଆଯାଇଥିଲା। ଆବର୍ଜନା ପ୍ରବନ୍ଧନ ଉପରେ ଆଧାରିତ ନମୁନା, ଯାତାୟାତ ସାଧନ ଉପରେ ଆଧାରିତ ନମୁନା, ଜଳ ସଂରକ୍ଷଣ ଉପରେ ଆଧାରିତ ନମୁନା, ସରଳଯନ୍ତ୍ର ଉପରେ ଆଧାରିତ ନମୁନା ଓ ନୂତନ ପ୍ରୟୋଗ ବା ନମୁନା। ଏହି ପାଞ୍ଚଟି ବିଷୟରେ ମୋଟ୍ ୪୯ ଜଣ  ଶିଶୁ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ବିଷୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଏହିପରି ତିନିଜଣ କୃତୀ ଛାତ୍ରଛାତ୍ରୀଙ୍କୁ ଚୟନିତ କରାଯାଇଛି । ଠିକ୍ ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କୁ ନେଇ  ବାଲବର୍ଗ। ଏହି ବର୍ଗରେ ଗୋଟିଏ ବିଷୟ  ନୂତନ ପ୍ରୟୋଗ ବା ନମୁନା । ତାହା ଉପରେ ଶିଶୁମାନେ ପ୍ରକଳ୍ପ ପ୍ରଦର୍ଶନ କରି କୃତୀ ତିନି ଜଣଙ୍କୁ ଚୟନ କରାଯାଇ ପ୍ରଥମ, ଦ୍ବିତୀୟ ଓ ତୃତୀୟ ରେ ସ୍ଥାନ ପ୍ରଦାନ କରାଯାଇଛି । ଏହି ବର୍ଗରେ ମୋଟ୍ ୨୧ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଠିକ୍ ସେହିପରି ଗଣିତ ପ୍ରକଳ୍ପ ପ୍ରଦର୍ଶନ ଉପରେ ପ୍ରାଥମିକ ବର୍ଗରେ ୩ ଜଣ,ଶିଶୁ ବର୍ଗରେ ୮ ଜଣ ଓ ବାଲ୍ ବର୍ଗରେ ୧୧ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ। ତତ୍ ସହିତ ବୈଦିକ ଗଣିତ ପ୍ରଶ୍ନମଞ୍ଚ ଶିଶୁ ବର୍ଗ ଓ ବାଲ୍ ବର୍ଗରେ ୬ ଜଣ ଶିଶୁ କୃତକାର୍ଯ୍ୟ ହୋଇଥିବା ବେଳେ ବିଜ୍ଞାନ ପ୍ରଶ୍ନମଞ୍ଚରେ ମଧ୍ୟ ୬ ଜଣ ଶିଶୁ କୃତକାର୍ଯ୍ୟ ହୋଇଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୨୫୪ ଜଣ ଶିଶୁ ଅଂଶଗ୍ରହଣ କରିଥିବା ବେଳେ ଶିଶୁ ବାଟିକା ବିଭାଗର ୨୬ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ।

ବିଚାରକ ଭାବେ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ  ମନୋଜ କୁମାର ପ୍ରଧାନ, ସରାପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ କୁସୁମ ମଞ୍ଜରୀ ଧଳ,  ବିଦ୍ୟାଳୟର ପୂର୍ବତନ ଆଚାର୍ଯ୍ୟ  ଗୌତମ ସେଠ୍,ପୂର୍ବତନ ଛାତ୍ରୀ  ସୁଶ୍ରୀ ଶୁଭଶ୍ରୀ ସାହୁ ଏବଂ ପୂର୍ବତନ ଛାତ୍ର ମାନନୀୟ ଶ୍ରୀମାନ ବେଦପ୍ରକାଶ ପଣ୍ଡା ଯୋଗଦାନ କରି କୃତୀ ଛାତ୍ରଛାତୀଙ୍କୁ ଚୟନିତ କରିଥିଲେ । ଅତିଥି ଭାବେ ନାକଟିଦେଉଳ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଶ୍ୟାମ ସୁନ୍ଦର ଦାଶ ଏବଂ ନାକଟିଦେଉଳ  ସିଆରସିସି ମହେଶ୍ଵର ପ୍ରଧାନ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ  । ବିଦ୍ୟାଳୟର ଆଚାର୍ଯ୍ୟା  ମମତା ଦେହୁରୀ ଅତିଥି ପରିଚୟ କରିଥିଲା ବେଳେ ଆଚାର୍ଯ୍ୟା  ମଧୁସ୍ମିତା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories