www.samajalive.in
Monday, December 8, 2025
16.1 C
Bhubaneswar

ଲକ୍ଷ୍ୟଭେଦୀ ପ୍ରକଳ୍ପ ତରଫରୁ ଏଚ୍‌‌.ଆଇ.ଭି ସମ୍ପର୍କିତ ଦିନିକିଆ ଆଲୋଚନା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟସମିତି, ରାଜ୍ୟ ଏଡସ୍‌‌ ନିୟନ୍ତ୍ରଣ ସମିତି ଏବଂ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ସହଯୋଗରେ ଏଚ୍‌‌.ଆଇ.ଭି/ଏ.ଡ୍‌‌.ସ୍‌‌. ସମ୍ପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଳା ଏଚ୍‌‌.ଆଇ.ଭି/ଏ.ଡ୍‌‌.ସ୍‌‌. ସୁପରଭାଇଜର୍‌‌ ଦେବାଶିଶ ମିଶ୍ର ଯୋଗଦେଇ ଏଚ୍‌‌.ଆଇ, ଭି ସଂକ୍ରମଣ ର ମୂଖ୍ୟ ମାଧ୍ୟମ ଗୁଡିକୁ ଉପସ୍ଥସପନା କରିବା ସହିତ ସଚେତନତା ହିଁ ଏହି ସଂକ୍ରମଣକୁ ରୋକି ପାରିବ ବୋଲି କହିଥିଲେ। ସମନ୍ୱିତ ରକ୍ତ ପରୀକ୍ଷା ପରାମର୍ଶ କେନ୍ଦ୍ର-୨ର ପରାମର୍ଶ ଦାତା ଗୋବିନ୍ଦ ଚନ୍ଦ୍ର ଜେନା, ରକ୍ତଦାନ ସମିତିର ସହ ସଂପାଦକ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ସଂକ୍ରମଣ ବ୍ୟକ୍ତିଙ୍କ ନିମନ୍ତେ ସରକାରଙ୍କ ତରଫରୁ ଚିହ୍ନଟିକରଣ ଠାରୁ ଆରମ୍ଭକରି ଚିକିତ୍ସା ପର୍ଯ୍ୟନ୍ତ ଥିବା ବ୍ୟବସ୍ଥା ଗୁଡିକୁ ଜଣାଇବା ସହ ରକ୍ତଭଣ୍ଡାରରେ ଥିବା ବ୍ୟବସ୍ଥା କଥା ମଧ୍ୟ କହିଥିଲେ। ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଜିଲ୍ଲାରେ ଚାଲିଥିବା ଲକ୍ଷଭେଦି ପ୍ରକଳ୍ପର କାର୍ଯଧାରା ବିଷୟରେ ଅଲୋକପାତ କରିଥିଲେ। ପ୍ରକଳ୍ପ ପରିଚାଳକ ବିଶ୍ୱରଞନ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପରାମର୍ଶ ଦାତା ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଚକାପାଦ, ଫିରିଙ୍ଗିଆ, ଖଜୁରିପାଡା ଓ ଫୁଲବାଣୀ ବ୍ଲକ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିବା ବେଳେ ସିତା ରଣା, ସ୍ମୃତିରେଖା ନାୟକ, ଶୁବାସିନି ବେହେରା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମିଲି ସାହାଣି, ପ୍ରିୟଙ୍କା ନାୟକ, ଦିତିକା ପ୍ରଧାନ ଓ କିନ୍ନର ବିଷ୍ଣପ୍ରିୟା ପ୍ରଧାନ ପରିଚାଳନା ରେ ସହେଯାଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories