www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଗ୍ରାମାଲୋକ କାର୍ଯ୍ୟକ୍ରମ

ରେଙ୍ଗାଲି: କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସମ୍ବଲପୁର ଜିଲ୍ଲାର ଖିଣ୍ଡା ସ୍ଥିତ ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗ୍ରାମାଲୋକ ଓଡ଼ିଆ କବିତା ଓ ଗଳ୍ପ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅକାଦେମ ର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଡଃ ମନୋଜ କୁମାର ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ସଭାପତି ଡଃ ପଣ୍ଡା ପ୍ରାରମ୍ଭରେ ଗ୍ରାମୀଣ ସାହିତ୍ୟିକମାନଙ୍କୁ ଲୋକଲୋଚନକୁ ଆଣିବାକୁ କେନ୍ଦ୍ର ସାହିତ୍ୟ ଅକାଦେମୀର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ। ନିମନ୍ତ୍ରିତ ଲେଖକ ବୈକୁଣ୍ଠନାଥ ସୁନାନୀ, ପର୍ଶୁରାମ ନାଥ ଓ ଗୌରିଦାସ ପଧାନ ସ୍ବରଚିତ କବିତା ଓ ଗଳ୍ପ ପାଠ କରିଥିଲେ। ସାହିତ୍ୟପ୍ରେମୀ ଦୁର୍ଗାପ୍ରସାଦ ସାହୁ ଖିଣ୍ଡା ବୀର ସୁରେନ୍ଦ୍ର ସାଏ ଜନ୍ମମାଟିରେ ଏଭଳି ଆୟୋଜନର ଉଜ୍ଜଳ ଭବିଷ୍ୟତ କାମନା କରି ବକ୍ତବ୍ୟ ରଖିଥିଲେ। ‘ଆମ ସାହିତ୍ୟ ଆମ କବି ଲେଖକ‘ ଶିରୋନାମାରେ ଏକ କୁଇଜ୍ ଓ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ସୁଶ୍ରୀ ମନିଷା ବରିହା ଓ ପ୍ରତ୍ୟାଶା ପାଣିଗ୍ରାହୀ। କୃତି ପ୍ରତିଯୋଗୀ ରେଶମା ବସରା, ରିମ୍‌ଝିମ ଦୀପ, ସ୍ୱାଗତିକା ସାଉଁତ, ପୁନମ୍ ପଧାନ ଓ ମନିଷା ପଧାନ ଓଡ଼ିଆ କବିତା ପାଠ କରିଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories