ଚାନ୍ଦବାଲି : ରାସ୍ତା କଡରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଧାମରା ଥାନା କରଞ୍ଜମାଳ ପଞ୍ଚାୟତ ରାସ୍ତା କଡରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ରାସ୍ତା କଡରେ ଏକ ଶିଶୁ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ପରେ ଏହା ଏକ ନବଜାତ ଶିଶୁ କନ୍ୟା ଜଣାପଡିଥିଲା । ଉଦ୍ଧାର ପରେ ତୁରନ୍ତ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଏବଂ କାହିଁକି ଏହି ନବଜାତ ଶିଶୁକନ୍ୟାକୁ ରାସ୍ତା କଡରେ ଛାଡିଦେଇଯାଇଛି ସେନେଇ କିଛି ସୂଚନା ମିଳିନି । ଖବର ପାଇ ପୁଲିସ ଯାଞ୍ଚ ଆରମ୍ଭ କରିଛି ।
Popular Categories



