www.samajalive.in
Tuesday, December 9, 2025
23.1 C
Bhubaneswar

ଯୁଯୁମୁରା ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ, ଗଜା ମୁଡ଼ି ଦାବି

ସମ୍ବଲପୁର: ସମ୍ବଲପୁର ମୁଖ୍ୟ କୃଷି ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଯୁଯୋମୁରା ବ୍ଲକକୁ ଗଜା ମରୁଡି ଘୋଷଣା କରିବା ଦାବିରେ ପଡିଆବାହାଲ ଜୟଦୁର୍ଗା କୃଷକ କ୍ଳବ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୃଷକ କ୍ଳବ ପକ୍ଷରୁ କହିଛି ଯେ ଯୁଯୋମୁରା ବ୍ଲକର ଅଧିକାଂଶ ଚାଷ ଜମି ଅଣଜଲସେଚିତ ଥିବାବେଳେ ଖରିଫ ଚାଷ ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ଅଧିକାଂଶ ଅଞ୍ଚଳରେ ଆଗେଇ ପାରୁନାହିଁ।

ଏପରି ସ୍ଥଳେ ଗଜା ମରୁଡି ର ସମ୍ଭାବନା ସୃଷ୍ଟି କଲାଣି। ତେଵେ ଏଠାରେ ପୁଣି ଚାଷୀମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ଏଭଳି ପରିସ୍ଥିତିରେ ବିଶେଷ ରୂପେ ଆସନ୍ନ ମରୁଡି ଚାଷୀମାନଙ୍କୁ ମାନସିକ ଚାପଗ୍ରସ୍ତ କରାଇ ଗଭୀର ଭାବରେ ନିରାଶା ଭିତରକୁ ଠେଲି ଦେଇଛି। ଏ ନେଇ ସମ୍ବଲପୁର ମୁଖ୍ୟ ଜିଲା କୃଷି ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରି ଯୁଯୋମୁରା ବ୍ଲକକୁ ଗଜାମରୁଡି ବ୍ଲକ ଘୋଷଣା କରିବା ପାଇଁ ଏକ ଦାବିପତ୍ର ଦେଇ ଅନୁରୋଧ କରାଯାଇଛି।

- Advertisement -

ଏହି ଦାବିପତ୍ର ଦେବା ଅବସରରେ ସଭାପତି ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ସଭ୍ୟ ନନ୍ଦୀକେଶ ସାହୁ, ରୁଦ୍ରପ୍ରସନ୍ନ ବଡ଼ପଣ୍ଡା, ବିରେନ ଦୀପ, ପୁର୍ଣ୍ଣ ରୋହିଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories