www.samajalive.in
Sunday, December 7, 2025
26.1 C
Bhubaneswar

ରୋଗୀଙ୍କୁ ଭରଷା ଭଗବାନ, କଳାପଥର ଡାକ୍ତରଖାନାକୁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମାନ୍ୟତା ଦାବି

କଳାପଥର: କଟକ ଜିଲ୍ଲା ବାଙ୍କି ଉପଖଣ୍ଡ କଳାପଥର ଡାକ୍ତରଖାନାର ଦୂରବସ୍ଥା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାୟୀ ଡାକ୍ତର କେହି ନଥିବା ବେଳେ ରୋଗୀମାନେ ଫାର୍ମାସିଷ୍ଟ ନଚେତ ବାହାରୁ ଆସି କ୍ଲିନିକ୍ ଖୋଲିଥିବା ଡାକ୍ତରମାନଙ୍କ ଉପରେ ନିର୍ଭର କରନ୍ତି। ରାତ୍ରୀରେ ଗୁରୁତର ରୋଗୀ କେହି ଆସିଲେ ସେବା ଯୋଗାଇବାକୁ କେହି ଡାକ୍ତରଖାନା ପରିସରରେ ରୁହନ୍ତି ନାହିଁ । ପରିବେଶ ପରିଷ୍କାର ଓ ପରିଚ୍ଛନ୍ନତା କଥା କହିଲେ ନସରେ। ଡାକ୍ତରଖାନାର ନାମରେ ଜାଗାବାଡି ରେକର୍ଡ ଭୁକ୍ତ ନ ଥିବାରୁ ଅଞ୍ଚଳର ଶିକ୍ଷାବିତ ବୁଲାଉଥିବା ଜବରଦଖଲକାରୀ ମାନେ ଡାକ୍ତରଖାନା ଜାଗାକୁ ଚତୁଃପାର୍ଶ୍ୱରୁ ଦଖଲ କରି ଚାଲିଛନ୍ତି।

ଏ ସଂକ୍ରାନ୍ତରେ କଳାପଥର ଆଞ୍ଚଳିକ ବିକାଶ ପରିଷଦ ଆବାହକ ପ୍ରତାପ କୁମାର ମହାପାତ୍ର ତଥା ସମାଜସେବୀ ନରେଶ କୁମାର ସାହୁ ଯୋଗେଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ କଳାପଥର ସରପଞ୍ଚ କମଳା ସ୍ୱାଇଁ, ଧଳାପଥର ସରପଞ୍ଚ ନାରାୟଣ ସାହୁ ,ନୂଆଗାଁ ସରପଞ୍ଚ ମମତା ମହାପାତ୍ର ,କେନ୍ଦୁପଲ୍ଲୀ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ଜଗନ୍ନାଥପୁର ସରପଞ୍ଚ ପ୍ରଭୁପ୍ରସାଦ ବେହେରା, ବଳଭଦ୍ରପୂର୍ ସରପଞ୍ଚ ସଂଧ୍ୟାରାଣୀ ସାହୁ, କାଳୀପୋଇ ସରପଞ୍ଚ ସୁବ୍ରତ କୁମାର ବେହେରାଙ୍କ ସମେତ ଶତାଧିକ ଜନସାଧାରଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ କୁମାର ମହାଲିଙ୍ଗ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତୁରନ୍ତ କଳାପଥର ଡାକ୍ତରଖାନାକୁ ୩୦ଶଯ୍ୟା ବିଶିଷ୍ଟ ଆଞ୍ଚଳିକ ଡାକ୍ତରଖାନା ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଉନ୍ନୀତ କରିବାକୁ ଦାବି କରିଛନ୍ତି।

- Advertisement -

୨୦୦୯ରେ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବଙ୍କ ପ୍ରକୋଷ୍ଠରେ ପରିଷଦର ଆବାହକ ପ୍ରତାପ କୁମାର ମହାପାତ୍ରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଉକ୍ତ ବୈଠକରେ ଖୁବଶୀଘ୍ର ଏହାକୁ ୩୦ଶଯ୍ୟା ବିଶିଷ୍ଟ ଆଞ୍ଚଳିକ ଡାକ୍ତରଖାନାକୁ ଉନ୍ନୀତ କରାଯିବ ବୋଲି ବିଭାଗୀୟ ସଚିବ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପରବର୍ତ୍ତୀ ପର‌୍ୟ୍ୟାୟରେ ଏହା ଉପରେ ବହୁବାର ଦାବି ଉପସ୍ଥାପନ କରାଗଲେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ନେଇନାହିଁ। ତୁରନ୍ତ,ଏହାକୁ ୩୦ ଶଯ୍ୟା ବିଶଷ୍ଟ ଆଞ୍ଚଳିକ ଡାକ୍ତରଖାନାକୁ ଉନ୍ନୀତ କରିବା ସହ ଏଠାରେ ଟ୍ରମା ସେଣ୍ଟର୍ ଖୋଲିବାକୁ ଦୃଢ଼ ଦାବୀ କରାଯାଉଛି । ନଚେତ୍ ଖୁବଶୀଘ୍ର ଆନ୍ଦୋଳନ ତୀବ୍ର କରାଯିବ ବୋଲି ଆଞ୍ଚଳିକ ବିକାଶ ପରିଷଦର ଆବାହକ ପ୍ରତାପ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories