www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରତିଶ୍ରୁତି ପାଳନ କଲାନାହିଁ ବିଜେପି-ନବୀନ

ଭୁବନେଶ୍ବର: ୨୦୨୪-୨୫ ବଜେଟରେ ଓଡ଼ିଶାକୁ ଅଣଦେଖା କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିନା ନାହିଁ। ଆନ୍ଧ୍ର ପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ଦିଆଗଲା, କିନ୍ତୁ ଓଡ଼ିଶାକୁ କିଛି ନାହିଁ। ଆନ୍ଧ୍ର ପ୍ରଦେଶ ଓ ବିହାର ରାଜ୍ୟକୁ ହଜାର ହଜାର କୋଟିର ପ୍ୟାକେଜ ଦିଆଯାଇଛି। ବନ୍ୟା ସହାୟତା ନେଇ ଅନ୍ୟ ରାଜ୍ୟକୁ ଅନୁଦାନ, ଓଡ଼ିଶାକୁ ଅଣଦେଖା କରାଯାଇଛି ବୋଲି ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ବଜେଟକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଓଡ଼ିଶା ପାଇଁ ବଜେଟ ନୈରାଶ୍ୟଜନକ। ଦରଦାମରେ ହନ୍ତସନ୍ତ ହେଉଛନ୍ତି ଜନତା। ତେବେ ବଜେଟରେ  ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଓ ବେକାର ସମସ୍ୟା ଦୂର ପାଇଁ ବ୍ୟବସ୍ଥା ନାହିଁ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ବିଚାର କରାଯାଇନି। ପୋଲଭରମ ପ୍ରସଙ୍ଗରେ ଆମେ ଲଢ଼େଇ କରିଆସିଛୁ। ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ଦାବିକୁ ଅଣଦେଖା କରାଯାଇଛି। କୃଷି, ଏମଏସଏମଇ ଓ ଶିଳ୍ପକ୍ଷେତ୍ରରେ ଦିଆଯାଇଥିଲା ବଡ଼ ପ୍ରତିଶ୍ରୁତି, ତାହା ପୂରଣ ହୋଇନାହିଁ।

- Advertisement -

ଏପରିକି ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପ୍ୟାକେଜ ବି ଦିଆଯାଇନାହିଁ। ୧୦ ବର୍ଷ ହେଲା ସବୁ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରୁଛି ଏନଡିଏ। ନିର୍ବାଚନବେଳେ ଓଡ଼ିଶା ପାଇଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା ବିଜେପି କିନ୍ତୁ ଗୋଟିଏ ହେଲେ ପ୍ରତିଶ୍ରୁତି ପୂରଣ କଲାନି ବିଜେପି। ଅପରପକ୍ଷରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଘୋଷଣା କରାଯାଇଥିବାରୁ ମୁଁ ଖୁସି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories