www.samajalive.in
Sunday, December 7, 2025
26.1 C
Bhubaneswar

ହରିୟାଣାରେ ବିକ୍ରି ହେଲା ଓଡ଼ିଆ ଝିଅ

ଭିବାନୀ: ହରିୟାଣାର ଭିୱାନୀ ଜିଲାରୁ ଓଡ଼ିଶାର ଜନୈକା ନାବାଳିକାକୁ ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିର୍ କରିଛି। ଦ୍ୱିମହଲା କୋଠା ଉପରୁ ନାବାଳିକା ଜଣକ ଡେଇଁ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ନାବାଳିକାଙ୍କୁ ଦେଖିବା ପରେ ପଡ଼ୋଶୀ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।
ନାବାଳିକା ଜଣକ ଉକ୍ତ ଘରୁ ପଳାୟନ ପାଇଁ ଦ୍ୱିମହଲାରୁ ଡିଆଁ ମାରିଥିବା ଜଣା ପଡ଼ିଥିଲା। ଭିୱାନୀ ଜିଲାର ଚେଜାରଣ ଧାନି ଗ୍ରାମ ନିବାସୀ ସନ୍ଦୀପ ସମ୍ପୃକ୍ତ ନାବାଳିକାକୁ ୨ଲକ୍ଷ ଟଙ୍କା ବିନିମୟରେ କିଣି ଥିବା ଜଣା ପଡ଼ିଥିଲା।
ନାବାଳିକାଙ୍କ କହିବା ଅନୁଯାୟୀ, ତାଙ୍କୁ ତାଙ୍କ ବଡ଼ବାପା ସମ୍ପର୍କିୟଙ୍କ ଘରକୁ ବୁଲାଇ ନେବା ଆଳରେ ହରିୟାଣା ନେଇ ସେଠାରେ ସନ୍ଦୀପକୁ ବିକ୍ରି କରି ଦେଇଥିଲେ। ପରେ ନାବାଳିକାଙ୍କ ଜବରଦସ୍ତି ଏକ ମନ୍ଦିରରେ ସନ୍ଦୀପ ବିବାହ କରି ତାଙ୍କ ଘରକୁ ନେଇ ଯାଇ ଥିଲେ। ନାବାଳିକାଙ୍କୁ ଦୀର୍ଘ ୨ମାସ କାଳ ନଜରବନ୍ଦୀ କରି ବଳାତ୍କାର କରାଯାଇ ଥିବା ପୁଲିସ ସୂଚନା ଦେଇଛି।
ଭିୱ।।ନୀ ମହିଳା ଥାନା ଅଧିକାରୀ ନାନହି ଦେବୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ନାବାଳିକାଙ୍କ ବିବୃତ୍ତିକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯିବା ସହ ସନ୍ଦୀପ ଓ ତାଙ୍କ ମା’ ଶକୁନ୍ତଳାଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ଶିଶୁ ସୁରକ୍ଷା ଓ ଉନ୍ନୟନ କମିଟି ସଭାପତି ସୁବାଷ ଜିନ୍ଦଲ ନାବାଳିକାଙ୍କ ଚିକିତ୍ସା ଦାୟିତ୍ୱ ବହନ କରିଛନ୍ତି। ନାବାଳିକା ଜଣକ ହିନ୍ଦୀ ପଢି ପାରୁ ନଥିବାରୁ ତାଙ୍କର ଓଡ଼ିଶା ଠିକଣା ଜଣା ପଡ଼ିନାହିଁ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଲେ ତାଙ୍କ ପରିବାରବର୍ଗଙ୍କ ସମ୍ପର୍କରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଏହି ମାମଲାରେ ନାବାଳିକାଙ୍କୁ ବିକ୍ରି କରିଥିବା ବଡ଼ବାପାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ମହିଳା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories