www.samajalive.in
Tuesday, December 9, 2025
16.1 C
Bhubaneswar

ପାଣିରେ ଚାଲିବ ଏହି ସ୍କୁଟର, ଦରକାର ନାହିଁ ଡ୍ରାଇଭିଂ ଲାଇସେନ୍ସ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ଯୋଗୁଁ ଲୋକମାନେ ଇଭି ଆଡେ ଅଗ୍ରସର ହେଉଛନ୍ତି । କିନ୍ତୁ ଆପଣ ଚିନ୍ତା କରିଛନ୍ତି କି, ଯଦି ଏମିତି ଏକ ଗାଡି ଆସିବ ଯେଉଁଥିରେ ନା ପେଟ୍ରୋଲ ପଡିବ ନା ଚାର୍ଜ କରିବାକୁ ପଡିବ ତେବେ କେମିତି ହେବ ? ଆପଣ ଏହା ପଢି ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଏହା ସତ । ଭାରତୀୟ କମ୍ପାନୀ ଜୟ ଇ- ବାଇକ୍ ଏମିତି କରିଦେଖାଇଛି । ଜୟ ପାଣିରେ ଚାଲୁଥିବା ସ୍କୁଟର କନସେପ୍ଟ ନେଇଆସିଛି ।

ଜୟ ଇ-ବାଇକର ସ୍ବାମୀତ୍ବ କମ୍ପାନୀ ଓ୍ବାର୍ଡଓ୍ବିଜାର୍ଡ ହାଇଡ୍ରୋଜେନ୍ ଫ୍ୟୁଲ ସେଲ୍ ଓ ଇଲେକ୍ଟ୍ରୋଲାଇଜର ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛି । ଏହି ପ୍ରଯୁକ୍ତିବିଦ୍ୟା ଅନୁସାରେ ସ୍କୁଟର ପାଣିରେ ଚାଲିବ । ଏହା ଦ୍ବାରା ପରିବେଶ ପ୍ରଦୂଷିତ ହେବନି ଏବଂ ଯାତାୟତ ଖର୍ଚ୍ଚ ମଧ୍ୟ କମିବ । ଜୟ ଇ-ବାଇକ ଚଳିତ ବର୍ଷ ଭାରତ ମୋବିଲିଟି ଶୋରେ ମଧ୍ୟ ପାଣିରେ ଚାଲୁଥିବା ସ୍କୁଟର ପ୍ରଦର୍ଶନ କରିଥିଲା । ଏହି ସ୍କୁଟର ଡିଷ୍ଟିଲ୍ଡ ଓ୍ବାଟରରେ ଚାଲିଥାଏ । ସ୍କୁଟରର ଟେକ୍ନୋଲୋଜି ପାଣିର ମଲିକ୍ୟୁଲ୍ସକୁ ଭାଙ୍ଗି ସେଥିରୁ ହାଇଡ୍ରୋଜେନ୍ ମଲିକ୍ୟୁଲ୍ସକୁ ଅଲଗା କରିଥାଏ । ଯେବେ ହାଇଡ୍ରୋଜେନ୍ ଅଲଗା ହୋଇଯାଏ ସ୍କୁଟର ହାଇଡ୍ରୋଜେନକୁ ଇନ୍ଧନ ରୂପେ ବ୍ୟବହାର କରିଥାଏ । ଏହା ପରେ ସ୍କୁଟର ଗଡିଥାଏ ।

- Advertisement -

ପାଣିରେ ଚାଲୁଥିବା ସ୍କୁଟରର ସର୍ବାଧିକ ଗତି ଘଣ୍ଟାପ୍ରତି ମାତ୍ର ୨୫ କିଲୋମିଟର । ଏହା ଅତ୍ୟାଧୁନିକ ନଥିବାରୁ ଏହାର ସ୍ପିଡ୍ କମ୍ । ଏଥିପାଇଁ ଏହି ସ୍କୁଟରକୁ ଚଲାଇବା ପାଇଁ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦରକାର ନାହିଁ । ଅନେକ ଗାଡି ନିର୍ମାତା କମ୍ପାନୀ ହାଇଡ୍ରୋଜେନରେ ଚାଲୁଥିବା ଗାଡି ନିର୍ମାଣ ଉପରେ କାମ କରୁଛନ୍ତି । ତେବେ ଏହି ସ୍କୁଟର ୧ ଲିଟର ପାଣିରେ ୧୫୦ କିଲୋମିଟର ଯାତ୍ରା କରିପାରିବ । ଏବେ ଏହି ସ୍କୁଟର ବିକ୍ରି ପାଇଁ ଉପଲବ୍ଧ ନାହିଁ । କମ୍ପାନୀ ଏହାର ଉତ୍ପାଦନ ମଡେଲକୁ ଡେଭଲପ୍ କରିବାରେ ସଫଳ ହେବା ପରେ ବଜାରରେ ବିକ୍ରି ପାଇଁ ଏହା ଉପଲବ୍ଧ ହେବ ।

ସ୍କୁଲରେ ମିଳିଥିବା ବଟିକା ଖାଇ ୩୦ ଛାତ୍ରଛାତ୍ରୀ ଅସୁସ୍ଥ

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories