www.samajalive.in
Sunday, December 7, 2025
14.1 C
Bhubaneswar

ଖଟିଆରେ ୨ କିମି ବୁହା ହେଲେ ରୋଗୀ

ବିଷମକଟକ : ଜଣେ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଏଠାରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ୧୦୮ ଆମ୍ବୁଲାନ୍ସ ନ ଆସିବାରୁ ଜଣେ ମହିଳା ରୋଗୀଙ୍କୁ ୨ କିଲୋମିଟର ବାଟ ଖଟିଆରେ ବୁହା ହୋଇଛି। ଉପାୟ ନପାଇ ପରିବାର ଲୋକେ ତାଙ୍କୁ ଖଟିଆରେ ବୋହିଛନ୍ତି। ରାୟଗଡା ଜିଲା ବିଷମକଟକ ବ୍ଲକ କେରାଣ୍ଡିଗୁଡା ଗ୍ରାମରେ ଏହି ଘଟଣା ଘଟିଛି।
ଚାଂଚଡାଗୁଡା ଗ୍ରାମ ପଂଚାୟତ କେରାଣ୍ଡିଗୁଡା ଗ୍ରାମର ଜଣେ ମହିଳା ସାଲାଇ କୁଲୁସିକା ଗୁରୁବାର ପୂର୍ବାହ୍ନରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ମଧ୍ୟାହ୍ନ ୧୨ଟା ବେଳେ ତାଙ୍କ ଅବସ୍ଥା ଗୁୁରୁତର ହେବାରୁ ପରିବାର ଲୋକେ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। ତେବେ ବିଷମକଟକ କିମ୍ବା ମୁନିଗୁଡାରେ ଆମ୍ବୁଲାନ୍ସ ନଥିବା ଦର୍ଶାଇ ୧୦୮ କର୍ତ୍ତୃପକ୍ଷ କିଛି ସମୟ ପରେ ଫୋନ୍‍ କରିବା ପାଇଁ କହିଥିଲେ। ସେତେବେଳକୁ ରୋଗୀଙ୍କ ଅବସ୍ଥା ସାଂଘାତିକ ଥିବାରୁ ଗ୍ରାମବାସୀ ଅନ୍ୟ ଉପାୟ ନପାଇ ଖଟିଆରେ ବୋହି କରି ୨ କିଲୋମିଟର ଦୂର ରେଳ ଧାରଣା ନିକଟକୁ ଆଣିଥିଲେ। ସେଠାରୁ ଏକ ବାଇକ୍‍ ଯୋଗେ ମହିଳାଙ୍କୁ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ନିୟମଗିରି ପାଦଦେଶରେ ଥିବା ଚାଂଚରାଗୁଡା ପଂଚାୟତ କେରାଣ୍ଡିଗୁଡା ସମେତ ପ୍ରାୟ ୨୦ ଖଣ୍ଡ ଗ୍ରାମକୁ ଯିବା ପାଇଁ ରେଳ ଧାରଣା ପାର ହେବାକୁ ପଡିଥାଏ। ବିଷମକଟକ ପଟୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡି ଆସିଲେ ଏହି ରେଳ ଧାରଣା ପାର ହୋଇ ଯିବାକୁ ଅନ୍ୟ ବାଟ ନଥିବାରୁ ଏଠାରେ ଅଟକି ଯାଇଥାଏ।୨୦ ଖଣ୍ଡ ଡଙ୍ଗରିଆ ଅଧ୍ୟୁଷିତ ଗ୍ରାମର ଲୋକେ ଏହି ରାସ୍ତା ଦେଇ ଜୀବନଜୀବିକା ପାଇଁ ପ୍ରତିଦିନ ସହରକୁ ଆସିଥାନ୍ତି। ଏଠାରେ ଏକ ଲେଭେଲ୍‍ କ୍ରସିଂ କିମ୍ବା ସବୱେ
ନିର୍ମାଣ ପାଇଁ ସ୍ଥାନୀୟ ଗ୍ରାମବାସୀମାନଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ଆଦୌ ଧ୍ୟାନ ଦେଉ ନାହିଁ ବୋଲି ଅଭିଯୋଗରେ କୁହାଯାଇଛି। ଏଥିଯୋଗୁ ଗ୍ରାମବାସୀ ବର୍ଷତମାନ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇ ନପାରିବା ଯୋଗୁଁ ଅନେକ ସମୟରେ ରୋଗୀଙ୍କ ମୃତ୍ୟୁ ହେଉଥିବା ଗ୍ରାମବାସୀ କହିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏଠାରେ ଏକ ଲେଭେଲ୍‍ କ୍ରସିଂ କିମ୍ବା ସବ୍‍ୱେ ନିର୍ମାଣ କରିବାକୁ ଲୋକେ ଦାବି କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories