www.samajalive.in
Sunday, December 7, 2025
26.1 C
Bhubaneswar

ବାଳିକାଙ୍କ ସାହାସିକତା: ଡଙ୍ଗାବୁଡି ବେଳେ ସବିତା, ପୂର୍ଣ୍ଣିମା ବଞ୍ଚାଇଲେ ୧୩ ଜୀବନ

ମହାକାଳପଡ଼ା: ବୟସ ମାତ୍ର ୧୪; ହେଲେ ସାହସ ବଡ଼ ମଣିଷଙ୍କ ଠାରୁ କିଛି କମ୍‍ ନୁହେଁ। ଏ କଥାକୁ ପ୍ରମାଣ କରିଛନ୍ତି ମହାକାଳପଡ଼ା ସାନ ନିପାଣିଆ ଗାଁର ବୁଦ୍ଧଦେବ ଗିରିଙ୍କ ଝିଅ ସବିତା ଓ ଉତ୍ତମ ଗିରିଙ୍କ ଝିଅ ପୂର୍ଣ୍ଣିମା। ଉଭୟ ଗତକାଲି ନିଜ ଜୀବନକୁ ତୁଚ୍ଛ କରି ବିପଦପୂର୍ଣ୍ଣ ମହାନଦୀର ଶାଖା ଘୋଳା ନଦୀରେ ବୁଡ଼ା ଯାଉଥିବା ୧୩ ଜଣଙ୍କୁ ଉଦ୍ଧାର କରିଛନ୍ତି। ଆଜି ଏ ଖବର ସାମ୍ନାକୁ ଆସିବା ପରେ ଦୁଇ ଝିଅଙ୍କ ସାହସକୁ ସବୁଠି ସାବାସି ମିଳିଛି। ଗତକାଲିର ଘଟଣା ସଂପର୍କରେ ସବିତା ଓ ପୂର୍ଣ୍ଣିମା କହନ୍ତି, ‘‘ଆମେ ଘର ଭିତରେ ଥିଲୁ, ହଠାତ୍‍ କିଛି ଗୋଟେ ଶବ୍ଦ ଶୁଭିଲା। ନଦୀ ପାଖକୁ ଗଲୁ; ହେଲେ କିଛି ଜାଣି ପାରିଲୁନି। ପୁଣି କିଛି ସମୟ ପରେ ବୁଡ଼ି ଗଲୁ, ବଞ୍ଚାଅ, ବଞ୍ଚାଅ ବୋଲି ଚିତ୍କାର ଶୁଭିଲା। ଦୌଡ଼ି ଯାଇ ଦେଖିଲା ବେଳକୁ ନଦୀ କୂଳରେ ବୋଟ୍‌ ବୁଡ଼ି ଯାଇଛି। ୪୦ରୁ ଅଧିକ ଲୋକେ ବଞ୍ଚିବା ପାଇଁ ପାଣି ଭିତରେ ସଂଘର୍ଷ କରୁଛନ୍ତି। ଏକଥା ଦେଖି ଆମେ ବି ବଡ଼ ପାଟିରେ ଗାଁ ଲୋକଙ୍କୁ ଡାକିଥିଲୁ।
ହେଲେ ଗାଁ ଲୋକଙ୍କୁ ଅପେକ୍ଷା ନ କରି ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ବାହାରି ପଡ଼ିିଲୁ। ପ୍ରବଳ ଶୀତକୁ ପାଣି ଭିତରେ କୁମ୍ଭୀର ଥିବାର
ଭୟ। ଏସବୁକୁ ଖାତିର ନ କରି ନଈକୁ ଡେଇଁ ପଡ଼ିଲୁ ଏବଂ ପ୍ରାୟ ୧୫ଜଣଙ୍କୁ ଉଦ୍ଧାର କଲୁ। ସେମାନଙ୍କ ମଧ୍ୟରେ ଦୁଇଜଣ ମୃତକ ଥିଲେ। ଉଦ୍ଧାର କରୁଥିବା ବେଳେ ଆମେ ଜାଣି ନ ଥିଲୁ ଆମେ ପାଣିରେ ଅଛୁ ବୋଲି। ପରେ ଯେତେବେଳେ ଗାଁ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହେଲେ, ସେତେବେଳେ ଯାଇ ଆମର ମନେପଡିଲା ଯେ, ଆମେ ପାଣିରେ ଅଛୁ ଓ ଏ ନଦୀରେ ଭୟଙ୍କର କୁମ୍ଭୀର ବାସ କରନ୍ତି ବୋଲି।’’
ଉଦ୍ଧାର ପରେ ସମସ୍ତଙ୍କ ସେବାରେ ଦୁଇ ଝିଅ ଲାଗି ପଡିଥିଲେ। ନିଆଁ ଜାଳି ଦେହ ହାତ ଘସିଦେଇ ସୁସ୍ଥ କରାଇଥିଲେ। ଦୁଇ ଛୋଟ ଝିଅଙ୍କ ଅଦମ୍ୟ ସାହସ ଓ ସେବା ପାଇଁ ଆଜି ଆମେ ମରଣ ମୁହଁରୁ ଫେରିଲୁ ବୋଲି ବଞ୍ଚି ଯାଇଥିବା ଲୋକେ କହିଛନ୍ତି। ଦୁଇ ଝିଅଙ୍କ ସାହସିକତାକୁ ସବୁରି ମହଲରେ ପ୍ରଶଂସା କରାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories