ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠରେ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଖଣ୍ଡାୟତ ସମାଜ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ମଣ୍ଡଳ ତଥା ବାଇଶି ମୌଜା ସଭାପତି ପିତାମ୍ବର ସ୍ୱାଇଁ ଅଧକ୍ଷତା କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ରାଘବ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ଉପସଭାପତି ବଂଶୀଧର ଗୌଡ଼, ଜତିରlଜ ପ୍ରଧାନ, ଜିଲ୍ଲା ସମ୍ପାଦକ ଜଗବନ୍ଧୁ ଭୋଳ, ପୂର୍ବତନ ଗଞ୍ଜାମ ବ୍ଲକ ଅଧକ୍ଷ ସୁରଥ ପାହାନ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ, ଜୟସେନ ପ୍ରଧାନ, ଜିଲ୍ଲା ସହ ସମ୍ପାଦକ ସଂଜୀବ ନାହାକ, ରବୀନ୍ଦ୍ର ପ୍ରଧାନ, ଆଇନଜୀବୀ ପଙ୍କଜ ବାରିକି, ଶିକ୍ଷାବିତ ବାନାମ୍ବର ପଲାଇ, ବିଜୟ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେl ଏଥିରେ ସମାଜରୁ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ଦୂର କରିବାକୁ ଆଲୋଚନା ହୋଇଥିଲା। ଏହି ଅବସରରେ ଗରିବ ମେଧାବୀ ମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା ଯୋଗାଇବା, ବ୍ୟୟ ବହୁଳ ବିବାହ ରୋକିବା, ଖଣ୍ଡାୟତ ସମାଜକୁ ଓବିଶି ତାଲିକାରେ ଅନ୍ତର୍ଭୂକ୍ତ କରିବା, ବୃକ୍ଷ ରୋପଣ ଆଦି କାର୍ଯ୍ୟ ଆଗାମୀ ଦିନରେ କ୍ଷେତ୍ରୀୟ ଖଣ୍ଡାୟତ ସମାଜ ହାତକୁ ନେବାଲାଗି ସ୍ଥିର ହୋଇଥିଲା।
Popular Categories



