www.samajalive.in
Tuesday, December 9, 2025
26.1 C
Bhubaneswar

ଗାଈ ଚୋର ସନ୍ଦେହରେ ପୌଢଙ୍କୁ ପିଟିପିଟି ହତ୍ୟା

ପାଟନା: ବିହାରର ଆରାରିୟାଠାରେ ଜଣେ ପୌଢଙ୍କୁ ଗାଈ ଚୋର ସନ୍ଦେହରେ ପିଟିପିଟି ହତ୍ୟା କଲେ ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ ଅଞ୍ଚଳବାସୀ। କାବୁଲ ମିଆଁ ନାମକ ଏହି ବ୍ୟକ୍ତିଙ୍କୁ ପ୍ରଥମେ ହାତରେ ପରେ ଲାଠିରେ ମାଡ଼ ମରିବା ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇ ଥିଲା। ଏଭଳି ନାରକୀୟ ଘଟଣାର ଭିଡିଓ ମଧ୍ୟ ସୋସିିଆଲ ମିଡିଆରେ ଭାଇରାଲ ହୋଇଛି। କିଛି ଲୋକ ଉକ୍ତ ପୌଢଙ୍କୁ ଚୋର ସମ୍ବୋଧନ କରି ମାଡ଼ କରୁଥିବାବେଳେ ମୁସଲିମ ମିଆଁ ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ମାଡ଼ ମାରିବାକୁ ପ୍ରବତ୍ତାଉ ଥିବା ଦୃଶ୍ୟ ଭିଡିଓରେ ଦୃଶ୍ୟମାନ ହେଉଛି। ୨୯ଡିସେମ୍ବର ପାଟନାଠାରୁ ୩୦୦କିମି ଦୂରରେ ଅବସ୍ଥିତ ସିମାରବନୀ ଗ୍ରାମରେ ଘଟିଥିଲା ଏହି ଘଟଣା। ଆକ୍ରମଣକାରୀଙ୍କ ମଧ୍ୟରୁ କିଛି ଲୋକଙ୍କ ଚେହେରା ଭିଡିଓରେ ସ୍ପଷ୍ଟ ଚିହ୍ନଟ କରାଯାଇ ପାରୁଥିଲେ ମଧ୍ୟ ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ।
ଉତ୍ତେଜିତ ଜନତାଙ୍କ ମାଡ଼ ମଧ୍ୟରେ କାବୁଲ ମିଆଁଙ୍କ ଆର୍ତ୍ତ ସ୍ୱର ମଧ୍ୟ ଶୁଣିବାକୁ ମିଳୁଛି। କାହାରି ଗାଈ ଚୋରି କରି ନାହାନ୍ତି ବୋଲି ସେ ଉତ୍ତେଜିତ ଜନତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ହେଲେ କେହିଁ ତା’ର ଯୁକ୍ତ୍‍ିକୁ ଗୁରୁତ୍ୱ ଦେଉ ନାହାନ୍ତି। ପୂର୍ବରୁ ମଧ୍ୟ କାବୁଲ ମିଆଁଙ୍କ ନାମରେ ଗାଈ ଚୋରି ଅଭିଯୋଗ ଆଣିଥିଲା ମୁସଲିମ ମିଆଁ। ତେବେ ସେତେବେଳେ ଏହି ଅଭିଯୋଗ ପ୍ରମାଣିତ କରି ନପାରି କାବୁଲ ଉପରେ ରାଗ ରଖିଥିଲା ମୁସଲିମ।
ଭିଡିଓ ଭାଇରାଲ ହେବାର ୨ଦିନ ପରେ ଘଟଣା ସମ୍ପର୍କରେ ପୁଲିସ ଖବର ପାଇଥିଲା। ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories