www.samajalive.in
Sunday, December 7, 2025
26.1 C
Bhubaneswar

ସାବରୀମାଳାରେ ମହିଳାଙ୍କ ପ୍ରବେଶ ପରେ ହିଂସା: ୧ ମୃତ, ୧୦୦ ଆହତ

ଥିରୁଭାନନ୍ଥପୁରମ୍‍: ସାବରିମାଳା ମନ୍ଦିରରେ ଦୁଇ ମହିଳା ପ୍ରବେଶ କରିବା ପରେ ପରିସ୍ଥିତି ଏକ ପ୍ରକାର ଅଣାୟତ୍ତ ହୋଇପଡ଼ିଛି। ମନ୍ଦିରରେ ପ୍ରବେଶ କରିଥିବା ଦୁଇ ମହିଳାଙ୍କୁ ପୁଲିସ ସୁରକ୍ଷା ଦେବା ଓ କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ ସମର୍ଥନ କରିବା ପ୍ରତିବାଦରେ ବିିଭିନ୍ନ ସ୍ଥାନରେ ହିଂସା ସୃଷ୍ଟି ହୋଇଛି। ହିଂସାକୁ ପୁଲିସ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବା ବେଳେ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩୮ ଜଣ ପୁଲିସ କର୍ମଚାରୀ ଥିବା ଜଣାପଡ଼ିଛି।
ଗତ କାଲିର ଘଟଣା ପରେ ସାବରିମାଳା କର୍ମ ସମିତି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ଥ୍ରିସୁରରେ ୪ ଜଣ ବିଜେପି କର୍ମୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। କୋଝିକୋଡେରେ ପୁଲିସ ହିଂସାକୁ ନିୟନ୍ତ୍ରଣ କରିବାକୁ ଯାଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି।
ବନ୍ଦ ଡାକରା ଓ ହିଂସା ଯୋଗୁଁ କେରଳର ବିଭିନ୍ନ ସ୍ଥାନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଦୋକାନ ବଜାର, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିଛି। ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ଯାତାୟାତ ଠପ୍‍ ହୋଇଯାଇଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‍ ଗୁରୁବାରକୁ କଳା ଦିବସ ଭାବେ ପାଳନ କରୁଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories