www.samajalive.in
Wednesday, December 10, 2025
15.1 C
Bhubaneswar

କୃଷି ଯନ୍ତ୍ରପାତି ମିଳିବ କହି ଚାଷୀଙ୍କଠୁ ଠକିନେଲେ ୩୧ ହଜାର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଥାନା ଶରଧାପୁର ଗ୍ରାମର ଅଗ୍ରଣୀ ଚାଷୀ ଦେବାନନ୍ଦ ନାଏକ ନକଲି କୃଷି କର୍ମଚାରୀଙ୍କ ହାବୁଡରେ ପଡ଼ି ୩୧ ହଜାର ଟଙ୍କାର ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି। ଏନେଇ ସେ ମଙ୍ଗଳବାର ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ୨ ଜଣ ବ୍ୟକ୍ତି ଦେବାନନ୍ଦଙ୍କ ଘରେ ପହଞ୍ଚି ସେ କେନ୍ଦୁଝର କୃଷି କାର୍ଯ୍ୟାଳୟରୁ ଆସିଥିବା ସୂଚନା ଦେଇଥିଲେ । ତୁମେ ଜଣେ ଆଗ ଧାଡ଼ିର ଚାଷୀ ବୋଲି ଜିଲା କୃଷି କାର୍ଯ୍ୟାଳୟରୁ ତୁମ ଠିକଣା ନେଇ ଆସିଛୁ । ତୁମେ ଏକ ବିଶେଷ ସୁବିଧା ପାଇବ। ତୁମ ଘରେ କୃଷି ବିଭାଗ ତରଫରୁ କୃଷି ଯନ୍ତ୍ରପାତି, ସାର ଧାନ ବିହନ କେନ୍ଦ୍ର  ଖୋଲାଯିବ ବୋଲି କହିଥିଲେ ।

ତେବେ ଏସବୁ ସାମଗ୍ରୀ ଆଣିବାକୁ ଚେକ୍ ଆକାରରେ ପ୍ରଥମେ ୩୧ ହଜାର ଟଙ୍କା ଦେବାକୁ କହିଥିଲେ। ଏହାପରେ ଦେବାନନ୍ଦ ତାଙ୍କୁ ୩୧ ହଜାର ଟଙ୍କାର ଚେକ ଦେଇଥିଲେ। ସୋମବାର  ସନ୍ଧ୍ୟା ସୁଦ୍ଧା କୃଷି ସାମଗ୍ରୀ ନଆସିବାରୁ ଦେବାନନ୍ଦ  କେନ୍ଦୁଝର କୃଷି ବିଭାଗ ସହ ଯୋଗାଯୋଗ କରି ଜାଣିବାକୁ ପାଇଲେ ଯେ କୃଷି ବିଭାଗର ସେଭଳି କିଛି ଯୋଜନା ନାହିଁ କିମ୍ବା ବିଭାଗର କେହି କର୍ମଚାରୀ ତାଙ୍କ ନିକଟକୁ ଯାଇନାହାନ୍ତି ବୋଲି କୁହାଯାଇଥିଲା । ଏହା ପରେ ଦେବାନନ୍ଦ ଠକାମୀର ଶିକାର ହୋଇଥିବା ଜାଣି ଥାନାର ଆଶ୍ରୟ ନେଇଥିଲେ। ଏନେଇ ତୁରୁମୁଙ୍ଗା ଥାନାରେ ୨୨୨/୨୦୨୪ ମୂଳେ  ଏକ ମାମଲା ରୁଜୁ କରି ଏସ ଆଇ ତାପସ କୁମାର ଦାସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।

ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ବିରୁଦ୍ଧରେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories