ପ୍ରତିଦିନ ଆପଣ ଅନେକ ପ୍ରକାରର ପରଟା ଖାଇ ଥାଆନ୍ତି। କିନ୍ତୁ ରାବିଡିର ପରଟା ଖାଇବାର ସ୍ବାଦ ଭିନ୍ନ ପ୍ରକାରର ଅଟେ। ଆସନ୍ତୁ ଜାଣିବା ରାବିଡି ପରଟା ପ୍ରସ୍ତୁତ କରିବାର ପ୍ରଣାଳୀ ..
ଆବଶ୍ୟକ ସାମଗ୍ରୀ :
ଗହମ ଅଟା – ୫୦୦ଗ୍ରାମ
କ୍ଷୀର – ୧ ଲିଟର
ଚିନି – ୫୦୦ ଗ୍ରାମ
ଗୁଜୁରାତି ଗୁଣ୍ଡ – ଏକ ଛୋଟ ଚାମଚ
ବାଦାମ – ୧୦ଟି (କଟା ହୋଇଥିବା)
କେସର – ୫ ରୁ ୭ଟି
ପେସ୍ତା – ୧୦ଟି (କଟା ହୋଇଥିବା)
କାଜୁ – ୧୦ଟି (କଟା ହୋଇଥିବା)
ନଡିଆ କୋରା – ଆବଶ୍ୟକ ଅନୁଯାୟୀ
ଘିଅ – ଅଧ ଲିଟର
ପାଣି
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ଗ୍ୟାସ ଲଗାଇ ଏକ କଡେଇ ବସାନ୍ତୁ। କଡେଇ ଗରମ ହେବା ପରେ ସେଥିରେ କ୍ଷୀର ବସାଇ ଫୁଟାନ୍ତୁ। କ୍ଷୀର ବହଳିଆ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। କ୍ଷୀର ବହଳିଆ ହୋଇଯିବା ପରେ ସେଥିରେ ଚିନି ପକାଇ ଦିଅନ୍ତୁ। ତାପରେ କ୍ଷୀରରେ ଗୁଜୁରାତି ଗୁଣ୍ଡ, ବାଦାମ, ପେସ୍ତା, କାଜୁ ଓ କେସର ପକାଇ ଭଲ ଭାବେ ମିଶାଇ କିଛି ସମୟ ଫୁଟାନ୍ତୁ। ତାପରେ କ୍ଷୀର ମଲେଇ ପରି ହୋଇଗଲେ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ। ରାବିଡିକୁ ଏକ ପାତ୍ରରେ କାଢି ଫ୍ରିଜରେ ଥଣ୍ଡା ପାଇଁ ରଖି ଦିଅନ୍ତୁ।
ତାପରେ ଗ୍ୟାସରେ ଅନ୍ୟ କଡେଇ ବସାଇ ଘିଅ ଗରମ କରନ୍ତୁ। ଅଟାକୁ ଭଲ ଭାବେ ଚକଟି ଦିଅନ୍ତୁ। ତାପରେ ଫ୍ରିଜରୁ ରାବିଡି ବାହାର କରି ରଖନ୍ତୁ। ଅଟାକୁ ଛୋଟ ଛୋଟ ବଲ ଆକୃତିର କରନ୍ତୁ। ସେହି ବଲକୁ ପରଟା ଆକୃତିର ବେଲି ଦିଅନ୍ତୁ। ଗୋଟିଏ ପରଟାକୁ ନେଇ ତା ଉପରେ ରାବିଡିକୁ ରଖନ୍ତୁ। ରାବିଡି ରଖି ସେହି ପରଟା ଉପରେ ଅନ୍ୟ ଏକ ପରଟା ରଖି ତାର ଚାରି ପାର୍ଶ୍ବକୁ ଭଲ ଭାବେ ମୋଡି ଦିଅନ୍ତୁ। ପରଟାକୁ ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ତାପରେ ତାକୁ ଏକ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ରାବିଡି ପରଟା।
ଏହାକୁ ଆପଣ ମଝିରୁ କାଟି ଖାଇ ପାରିବେ।



