www.samajalive.in
Tuesday, December 9, 2025
16.1 C
Bhubaneswar

ସତ ମାନିଲେ ଫରହାନ୍

ମୁମ୍ବଇ : ନିଜ ସ୍ବର ପାଇଁ ବଲିଉଡରେ ପରିଚିତ ଅଭିନେତା ଫରହାନ୍ ଅଖତର୍‌ ଆଜିକାଲି ନିଜ ପ୍ରେମ ସମ୍ପର୍କକୁ ନେଇ ଅଧିକ ଚର୍ଚ୍ଚିତ। ପ୍ରଥମ ପତ୍ନୀ ଅଧୁନାଙ୍କୁ ଛାଡ଼ପତ୍ର ଦେବା ପରେ ବିବାଦ ଘେରରେ ଥିଲେ ଫରହାନ୍। ସମୟକ୍ରମେ ପ୍ରଶଂସକ ଏକଥାକୁ ଭୁଲିଯାଇଛନ୍ତି। କିଛି ମାସ ତଳେ ଲଣ୍ଡନରେ ଫରହାନ୍ ଜଣେ ଅଭିନେତ୍ରୀଙ୍କ ସହ ବୁଲୁଥିବାର ଦେଖାଯାଇଥିଲା। ସେସମୟରେ ଅଭିନେତ୍ରୀ ଜଣକ କିଏ, ତାହା ଜଣାପଡ଼ିନଥିଲା। ଫରହାନ୍ ମଧ୍ୟ ଏ ପ୍ରସଙ୍ଗକୁ ଯଥା ସମ୍ଭବ ଘଉଡ଼ାଇବାକୁ ଚେଷ୍ଟା କଲେ। ଅଭିନେତ୍ରୀଜଣକ ଥିଲେ ଶିବାନୀ ଦାଣ୍ଡେକର। ଏଇ ନିକଟରେ ଫରହାନ୍ ତାଙ୍କ ୨ଝିଅଙ୍କ ସହ ବଡ଼ଦିନ ଉତ୍ସବକୁ ଖୁବ୍ ଜାକଜମକରେ ପାଳନ କରିଥିଲେ। ଉତ୍ସବର ଆୟୋଜକ ଥିଲେ ଫରହାନ୍‌ଙ୍କ ବାନ୍ଧବୀ ଶିବାନୀ। ଏ ଫଟୋ ବିଭିନ୍ନ ସୋସିଆଲ ସାଇଟ୍‌ରେ ଚର୍ଚ୍ଚିତ ହୋଇଥିଲା। ଗଣମାଧ୍ୟମ ଯେତେବେଳେ ଏ ସଂକ୍ରାନ୍ତରେ ଫରହାନ୍‌ଙ୍କୁ ପଚାରିଲା, ସେ ସ୍ବୀକାର କରିଥିଲେ ଯେ ଶିବାନୀ ଓ ସେ ଖୁବ୍ ଘନିଷ୍ଠ। ଯଥା ଶୀଘ୍ର ଦୁହେଁ ବିବାହ କରିବେ ବୋଲି ଶୁଣାଯାଉଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories